ଅନୁସନ୍ଧାନ ଭାରତ(ବ୍ୟୁର): ସେପ୍ଟେମ୍ବର ୧୪ ତାରିଖ ଦିନ ହିନ୍ଦୀ ଭାଷା ଓ ଦେବନାଗରୀ ଲିପିକୁ ସାମ୍ବିଧାନିକ ରାଷ୍ଟ୍ର ଭାଷା ରୂପେ ମାନ୍ୟତା ମିଳିଥିବା ଯୋଗୁଁ ସମଗ୍ର ଦେଶରେ ଏହି ନିର୍ଦ୍ଧାରିତ ଦିନକୁ ରାଷ୍ଟ୍ର ଭାଷା ଦିବସ ଭାବେ ପାଳନ କରାଯାଏ l ଏହି ପରିପ୍ରେକ୍ଷୀରେ ଆଜି ଗୁଣପୁର ରାଷ୍ଟ୍ର ଭାଷା ପ୍ରଚାର ସଭା ଦ୍ଵାରା ବିଭିନ୍ନ ବିଦ୍ୟାଳୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ସ୍କୁଲରେ ହିନ୍ଦୀ ଦିବସ ପାଳନ କରାଯାଇଥିଲା l ରାଷ୍ଟ୍ର ଭାଷା ପ୍ରତି ଜନସମୁହଙ୍କ ଆଗ୍ରହ ବୃଦ୍ଧି ନିମନ୍ତେ ସକାଳୁ ଶୋଭାଯାତ୍ରା ବାହାର କରି ଶିଶୁ ମାନେ ଜୟ ହିନ୍ଦୀ, ଜୟ ନାଗରୀ, ଏକ ହୃଦୟ ହୋ ଭାରତ ଜନନୀ, ଭଳି ବିଭିନ୍ନ ସ୍ଲୋଗାନ ଦେଇଥିବା ବେଳେ ସମସ୍ତ ସ୍କୁଲରେ ପୃଥକ ଭାବେ ବିଦ୍ୟାର୍ଥୀ ଵିଦ୍ୟାର୍ଥୀନୀମାନଙ୍କୁ ମନରେ ହିନ୍ଦୀ ଭାଷା ପ୍ରତି ଆଗ୍ରହ ଜମାଇବା ନିମନ୍ତେ ବକ୍ତୃତା ପ୍ରତିଯୋଗିତାର ଆୟୋଜନ କରି ପୁରସ୍କାର ବିତରଣ କରାଯାଇଥିଲା l ଏହି ସମସ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ଶତପଥୀଙ୍କ ତତ୍ୱାବଧାନରେ ଉକ୍ତ କାର୍ଯ୍ୟକ୍ରମ ସୁଚାରୁ ରୂପେ ପରିଚାଳିତ କରାଯାଇଥିଲା l ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀଙ୍କୁ ହିନ୍ଦୀ ବିଷୟର ପ୍ରମୁଖ ଶ୍ରୀମତୀ ସନ୍ତୋଷୀ ବହାଦୁର ସୁନାର ଓ ଶ୍ରୀଯୁକ୍ତ ଦୁର୍ଗା ପ୍ରସାଦ ସୁଆର ଉଭୟେ ଶିଶୁଙ୍କୁ ଆମ ଜୀବନରେ ହିନ୍ଦୀ ଭାଷାର ଆବଶ୍ୟକତା ବିଷୟରେ ବୁଝାଇଥିଲେ ଓ ହିନ୍ଦୀ ଭାଷାର ଗାରିମା ରକ୍ଷା ନିମନ୍ତେ ସଂକଳ୍ପ କରିଥିଲେ l