ବିଚିକଟ ପ୍ରାଥମିକ ବିଦ୍ୟାଳୟରେ ନିର୍ମାଣଧିନ ପାଚେରି କାନ୍ଥ ଭୃଷୁଡି ଜଣେ ଛାତ୍ରୀ ମୃତ…

ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ବିଚିକଟ ସରକାରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଘଟଣ ଘଟି ଜଣେ ଛାତ୍ରିର ମୃତ୍ୟୁ ଘଟିଛି I ନିର୍ମାଣଧିନ ପାଚେରି କାନ୍ଥ ଭୁଷୁଡି ଜଣେ ଛାତ୍ରୀ ମୃତ ଘଟିଛି I ମୃତ ଛାତ୍ରୀ ଜଣକ ହେଲେ ପଞ୍ଚମ ଶ୍ରେଣୀର ଆହୁତି ଶବର ବୟସ (୧୧) I ମିଳିଥିବା ସୁଚନା ଅନୁଯାୟା ବିଦ୍ୟାଳୟରେ ମୃତ ଛାତ୍ରି ଜଣକ ମଧ୍ୟ୍ୟାହ୍ନରେ ଶୈାଚାଳୟ ଯାଇ ଫେରୁ ଥିଲେ I ଏହି ସମୟରେ ଉକ୍ତ ପାଚେରୀର ଅର୍ଦ୍ଧ ନିର୍ମିତ ଗେଟ ଭୁଶୁଡ଼ି ଯାଇ ଛାତ୍ରୀଙ୍କ ମୁଣ୍ଡରେ ଆଘାତ ଲାଗି ଗୁରୁତର ଆହତ ହୋଇଥିଲେ I ଆହତ ଛାତ୍ରୀ ଜଣକ ଅଘଟଣ ସ୍ବିକାର ହୋଇଥିଲେ I ଗୁରୁତର ଅବସ୍ଥାରେ ବିଦ୍ୟାଳୟ କର୍ତୁପକ୍ଷ ଓ ସ୍ଥାନୀୟ ଲୋକ ଛାତ୍ରିକୁ ଚିକିତ୍ସା ନିମନ୍ତେ ପଦ୍ମପୁର ମେଡିକାଲ ପରେ ଗୁଣପୁର ମେଡିକାଲକୁ ଚିକିତ୍ସା ପାଇିଁ ଆଣିଥିଲେ I ହେଲେ ଛାତ୍ରିର ପ୍ରାଥମିକ ଚିକିତ୍ସା ପରେ ମୃତ୍ୟୁ ଘଟିଛି I ଏହି ବିଦ୍ୟାଳୟରେ ପ୍ରଥମ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ବ୍ୟବସ୍ଥା ରହିଛି I ଏନେଇ ଗୋଷ୍ଟି ଶିକ୍ଷା ଅଧିକାରି ପଦ୍ମପୁର ସୁବାଷ ଶବର ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି I