ଅନୁସନ୍ଧାନ ଭାରତ(ବ୍ୟୁର): ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷଠାରେ ଆକାକ୍ଷା ଜ଼ିଲ୍ଲା ସହଯୋଗୀ କାର୍ଯ୍ୟକ୍ରମ ଅନ୍ତର୍ଗତ ଗଜପତି ଜ଼ିଲ୍ଲା ପ୍ରଶାସନ, ଜ଼ିଲ୍ଲା ଶିକ୍ଷା ବିଭାଗ ଓ ନୀତି ଆୟୋଗର ସହଯୋଗୀ ସଂସ୍ଥା ପିରାମଲ ଫାଉଣ୍ଡେସନର ମିଳିତ ସହଯୋଗରେ ବୁନିୟାଦୀ ଶିକ୍ଷା ଅଭିଯାନକୁ ମାନ୍ୟବର ସଂସଦ ବ୍ରହ୍ମପୁର ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ସାହୁ, ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୁନିୟାଦୀ ଶିକ୍ଷା ଅଭିଯାନର ଶୁଭାରମ୍ଭ କରିଛନ୍ତି I ସମ୍ମାନିତ ଅତିଥି ଭାବେ ଜ଼ିଲ୍ଲା ପରିଷଦ ଅଧକ୍ଷ ଶ୍ରୀଯୁକ୍ତ ଗାବାରା ତିରୁପତି ରାଓ, ଉପାଧ୍ୟାକ୍ଷା ଶ୍ରୀମତୀ କୁନ୍ତଳା ମଲିକ, ଜ଼ିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ରୋମାଞ୍ଚଳ ଖମାରୀ, ଅତିରିକ୍ତ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଲଳିତ କୁମାର କହଁର, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋଶ କୁମାର ନାୟକଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଛି I ଏହି ଅଭିଯାନ ମାଧ୍ୟମରେ ସମ୍ପ୍ରଦାୟ ସ୍ୱେଚ୍ଛାସେବୀଙ୍କ ଦ୍ୱାରା ମାଗଣାରେ ସ୍ବେଚ୍ଛାକୃତ ଭାବେ ଜଡିତ ହୋଇ ଜ଼ିଲ୍ଲାର ୧୬୦ଟି ଡେମୋ ବିଦ୍ୟାଳୟର ୧ମ ଶ୍ରେଣୀରୁ ୫ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସମ୍ପ୍ରଦାୟ ଶିକ୍ଷା କେନ୍ଦ୍ର ମାଧ୍ୟମରେ ମୂଳ ସାକ୍ଷରତା ଏବଂ ସଂଖ୍ୟା ଶିଖିବାକୁ ସହଯୋଗ କରିବେ I ଜ଼ିଲ୍ଲା ଶିକ୍ଷା ଅଧିକାରୀଙ୍କ ମାର୍ଗଦର୍ଶନ ସହ ଜିଲ୍ଲା ଶିକ୍ଷା ଏବଂ ତାଲିମ (DIET) କେନ୍ଦ୍ର ଶିକ୍ଷାବିତଙ୍କ ସହଯୋଗରେ ବ୍ଲକ ଶିକ୍ଷା ଅଧିକାରୀ ଓ ସିଆରସିଙ୍କ ନେତୃତ୍ୱ ସହକାରେ ୧୦୦ ଦିନର ଅଭିଯାନ ମାଧ୍ୟମରେ
ସ୍ୱେଚ୍ଛାସେବୀଙ୍କ ସହ ଜଡିତ ହୋଇ ଛାତ୍ରଛାତ୍ରୀଙ୍କ ମୂଳ ସାକ୍ଷରତା ଏବଂ ସଂଖ୍ୟା ଶିଖିବା କ୍ଷେତ୍ରରେ କାର୍ଯ୍ୟ କରାଯିବ I ଏହି କାର୍ଯ୍ୟକ୍ରମରେ ଜ଼ିଲ୍ଲାର ସମସ୍ତ ଜିଲ୍ଲାପରିଷଦ ସଭ୍ୟ/ସଭ୍ୟା, ବ୍ଲକର ଅଧ୍ୟକ୍ଷ ଅଧ୍ୟକ୍ଷା, ଗୋଷ୍ଠି ଉନ୍ନୟନ ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ, ଜିଲ୍ଲା ଶିକ୍ଷା ଏବଂ ତାଲିମ (DIET) କେନ୍ଦ୍ରର ଶିକ୍ଷାବିତ୍ ଓ ଅନ୍ୟାନ ବିଭାଗର ଅଧିକାରୀ ଗଣ ଉପସ୍ଥିତ ରହିଥିଲେ I ଏହି କାର୍ଯ୍ୟକ୍ରମକୁ ପେଡାଗୋଜି ସଂଯୋଜକ ସନ୍ତୋଷ କୁମାର ଆଚାରୀ ପରିଚାଳନା କରିବାସହ ପିରାମଲ ଫାଉଣ୍ଡେସନର ପ୍ରତିନିଧି ଓ ଗାନ୍ଧୀ ଫେଲୋ ଆୟୁଷ ହର୍ଷ, ଅନନ୍ତ ସୂଂଗୁଣୁନ, ଫରହାନ ଖାତୁନ ଏବଂ ଉପାସନା ରାୟ ସହଯୋଗ କରିଥିଲେ I