ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ଥ ହେଲା ବାଇକ, ଦୁଇ ଗୁରୁତର୍…..

ଅନୁସନ୍ଧାନ ଭାରତ(ବ୍ୟୁର): କ.ନୁଆଗାଁ ବ୍ଲୋକ ଅଧିନସ୍ଥ ଛାଞ୍ଚେଡ଼ି ଗ୍ରାମ ପଂଚାୟତର କ୍ରୀଟାଙ୍ଗିଆ ଗ୍ରାମର ଦୁଇ ଯୁବକ ଗତକାଲି ଅର୍ଥାତ ୭/୯/୨୦୨୨ରିଖ ସନ୍ଧ୍ୟା ୫ଟା ସମୟରେ ଏକ ମୋଟର ସାଇକେଲ ଯୋଗେ ଦୃତ ବେଗରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଛାଞ୍ଚେଡ଼ି ଛକରେ ଏକ ଘରର କାନ୍ଥରେ ଧକ୍କା ହୋଇ ଥିଲା l ଏହି ଦୁର୍ଘଟଣାରେ କ୍ରୀଟାଙ୍ଗିଆ ଇଲୁ ଦିଗାଳ (21) ଓ ରୋକି ପ୍ରଧାନ (୨୨) ଯାଉ ଥିବା ବେଳେ ଏହି ଦୁର୍ଘଟଣା ଘଟି ଥିଲା l ଖବର ପାଇ ଆମ୍ବୁଲାନ୍ସ ସେଠାରେ ପହଂଚି ଆହତଙ୍କୁ ଫୁଲବାଣୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଥିଲା l ଦୁର୍ଘଟଣା ଗ୍ରସ୍ଥଙ୍କ ସ୍ବାସ୍ଥ୍ୟବସ୍ଥା ଜଟିଳ ହେବାରୁ ବ୍ରହ୍ମହପୁର ବଡ଼ ମେଡିକାଲକୁ ପଠାଇ ଯାଇ ଥିବା ସୁଚନା ମିଳିଛି l