ଜିଲ୍ଲା କଳା ଓ ସଂସ୍କୃତି ଅଧିକାରୀଙ୍କୁ ବଦଳି ପାଇଁ ସଂସ୍କୃତି ମନ୍ତ୍ରୀ ସଚିବ ଓ଼ ନିର୍ଦେଶକଙ୍କୁ ଦାବୀ ପତ୍ର ପ୍ରଦାନ କଲେ କନ୍ଧମାଳର ଲୋକକଳାକାର ସଂଘର ସମସ୍ତ ଉପ-ସଭାପତି…..

ଅନୁସନ୍ଧାନ ଭାରତ(ବ୍ୟୁର): ଓଡ଼ିଆ ଭାଷା ଓ଼ ସଂସ୍କୃତି ବିଭାଗ ପକ୍ଷରୁ ଭୁବନେଶ୍ୱରସ୍ଥିତ ଭଞ୍ଜକଳା ମଣ୍ଡପରେ ବ୍ଲକ କଳା ସଂସ୍କୃତି ସଂଘ, ଜ଼ିଲ୍ଲା କଳା ସଂସ୍କୃତି ସଂଘ ଓ଼ ସଂସ୍କୃତି ଅଧିକାରୀମାନଙ୍କୁ ନେଇ ଆୟୋଜିତ ଦୁଇ ଦିନିଆ ପ୍ରଶିକ୍ଷଣ ଜ୍ଞାନ ଓ଼ ସଂସ୍କାର କାର୍ଯ୍ୟକ୍ରମରେ ଯୋଗଦେଇ କନ୍ଧମାଳ ଜ଼ିଲ୍ଲାର ସମସ୍ତ ବ୍ଲକ କଳା ସଂସ୍କୃତି ସଙ୍ଘ ତରଫରୁ ଅତିରିକ୍ତ ଶାସନ ସଚିବ ମଧୁସୁଦନ ପାଢ଼ୀ, ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ ପାତ୍ର, ସଂସ୍କୃତି ନିର୍ଦେଶକ ରଂଜନ କୁମାର ଦାସ, ରାଜ୍ୟ ଉପ-ସଭାପତି ଅବନୀ କୁମାର ମିଶ୍ର ଙ୍କୁ ଏକ ଦାବୀ ପତ୍ର ଦିଆଯାଇଛି l ସୂଚନାଯୋଗ୍ୟ ଯେ ଜିଲ୍ଲା କଳା ଓ ସଂସ୍କୃତି ଅଧିକାରୀ ଅକ୍ଷୟ ସେଠୀ ଜିଲ୍ଳାର ସମସ୍ତ କଳାକାର ଏବଂ ସମସ୍ତ ଉପସଭାପତିଙ୍କୁ ଅସଭ୍ୟ ଭାଷାରେ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହେଉଛି l ଏଥି ସହିତ ଏନଜିଓମାନଙ୍କୁ ଲାଭ ଆଶାରେ ଭଗବତ ଟୁଙ୍ଗୀ ପାଇଁ କୌଣସି କାମ କରୁ ନାହାନ୍ତି ଏବଂ କଳାକାରମାନଙ୍କୁ ତୁରନ୍ତଭତ୍ତା ପ୍ରଦାନରେ ଅହେତୁକ ବିଳମ୍ବ ଏହିଭଳି ଛଅ ଦଫାଦାବୀ ଏଯାଏଁ ପୂରଣ ହୋଇନାହିଁ ବୋଲି ଦାବି ଜଣାଇଛନ୍ତି l ସୂଚନା ଯୋଗ୍ୟ ଯେ ଛଅ ଦଫା ଦାବୀନେଇ ପୂର୍ବରୁ କଳାକାରମାନେ କନ୍ଧମାଳ ଜ଼ିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କୁ ଭେଟି ଦାବୀ ଜଣାଇ ଥିଲେ l ଏହା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜ଼ିଲ୍ଲାର ସମସ୍ତ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ କୁମାର ପାତ୍ର ଦାବି ପତ୍ର ଗ୍ରହଣ କରି ମୁଖ୍ୟମନନ୍ତ୍ରୀଙ୍କ ନିକଟକୁ ଦାବୀ ପତ୍ର ଦେଇଥିଲେ l ସମସ୍ତ ଉପ-ସଭାପତିମାନଙ୍କ ଉପସ୍ଥିତିରେ ଦାବୀପତ୍ର ପ୍ରଦାନ କରାଯାଇଥିଲା l