ଲେତିଙ୍ଗିଆ ସରକାରୀ ଉନ୍ନୀତ ବିଦ୍ୟାଳୟ ଠାରେ ସମ୍ବିଧାନ ସଚେତନତା, ସୁରକ୍ଷା ଓ ଭାଇଚାରା ସମ୍ପର୍କିତ ତାଲିମ ଶିବିର ଆୟୋଜିତ…..
ଅନୁସନ୍ଧାନ ଭାରତ(ବ୍ୟୁର): ଭାରତୀୟ ଶାନ୍ତି ଓ ସଦ୍ଭାବନା ମଞ୍ଚର ଓ ଭାରତୀୟ ସାମାଜିକ ସଂସ୍ଥା ନୂଆଦିଲ୍ଲୀର ମିଳିତ ଆନୁକୂଲ୍ୟରେ କନ୍ଧମାଳ ଜିଲ୍ଲା କ. ନୂଆଗାଁ ବ୍ଲକ ଲେତିଙ୍ଗିଆ ସ୍ଥିତ ସରକାରୀ ଉନ୍ନୀତ ବିଦ୍ୟାଳୟ ଠାରେ ରାଜ୍ୟ ସଂଯୋଜକ ଅରୁଣ କୁମାର ନାୟକଙ୍କ ନେତୃତ୍ୱରେ ସମ୍ବିଧାନ ସଚେତନତା, ସୁରକ୍ଷା, ଭାଇଚାରା ବଜାୟ ରଖିବା ପାଇଁ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଛି I ଉକ୍ତ କାର୍ଯ୍ୟକ୍ରମରେ ୧୭୦ ଜଣ ଛାତ୍ରଛାତ୍ରୀ ଯୋଗ ଦେଇ ଭାଇଚାରା ବଜାୟ ରଖିବା, ସାମ୍ବିଧାନିକ ଆଇନର ସୁରକ୍ଷା ଓ ସଚେତନତା ସମ୍ପର୍କରେ ଶିକ୍ଷାର୍ଜନ କରିଥିଲେ I ଛାତ୍ରଛାତ୍ରୀଙ୍କୁ ସାମ୍ବିଧାନିକ ସୁରକ୍ଷା ଆଇନ ଓ ଭାଇଚାରା ବଜାୟ ରଖିବା ଉପରେ ଶିକ୍ଷା ଦେବା ପାଇଁ ଜୋନାଲ ଟ୍ରେନର ସୁମନ୍ତ କୁମାର ପ୍ରଧାନ ଯୋଗ ଦେଇ ତାଲିମ ଦେଇ ଥିଲେ I


ଏହି ସମୟରେ ଛାତ୍ରଛାତ୍ରୀଙ୍କ ପାଇଁ ସାଧାରଣ ଜ୍ଞାନ ଓ ସଂସ୍କୃତିର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା I ଉକ୍ତ ତାଲିମ ଶିବିରରେ ଯୋଗ ଦେଇ ବିଭିନ୍ନ ପ୍ରତିଦ୍ୱନ୍ଦୀ ତାରେ ଅଂଶ ଗ୍ରହଣ କରି କୃତିତ୍ୱ ଅର୍ଜ୍ଜନ କରି ଥିବା ୧୭୦ ଜଣ ଛାତ୍ରଛାତ୍ରୀଙ୍କୁ ବହୁ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରାଯାଇ ଥିବା ରାଜ୍ୟ ସଂଯୋଜକ ଅରୁଣ କୁମାର ନାୟକ ସୂଚନା ଦେଇଛନ୍ତି I ଭାରତୀୟ ସାମାଜିକ ସଂସ୍ଥା ନୂଆ ଦିଲ୍ଲୀ ପକ୍ଷରୁ ୫ଟି ବ୍ଲକ ଯଥା ଘୁ.ଉଦୟଗିରି, ରାଇକିଆ, ଦାରିଙ୍ଗବାଡ଼ି, କୋଟଗଡ଼ ଓ ତୁମୁଡିବନ୍ଧ ବ୍ଲକରେ ଛାତ୍ରଛାତ୍ରୀମାନଙ୍କୁ ସମ୍ବିଧାନର ସଚେତନତା ତାଲିମ ସହ ମୌଳିକ ଅଧିକାର ଓ ଭାଇଚାର ବଜାୟ ରଖିବା ପାଇଁ ତାଲିମ ଶିବିର ଅନୁଷ୍ଠିତ ହେବ I ଆଜି କ.ନୂଆଗାଁ ବ୍ଲକରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା I ଆଗାମୀ ଦିନରେ ଅନ୍ୟ ବ୍ଲକ ଗୁଡ଼ିକରେ ତାଲିମ ଶିବିର ଅନୁଷ୍ଠିତ ହେବ ବୋଲି ରାଜ୍ୟସଂଯୋଜକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି I ଏହି କାର୍ଯ୍ୟକ୍ରମକୁ ଅଞ୍ଚଳବାସୀଙ୍କ ପକ୍ଷରୁ ସ୍ୱାଗତ କରାଯିବା ସହ ପ୍ରଶଂସା କରାଯାଇଛି I ସମାଜରେ ଭାଇଚାରା ଓ ସମ୍ବିଧାନ ସୁରକ୍ଷା ଉପରେ ସଚେତନତା ଶିବିର ଆୟୋଜିତ ହେବାର ଆବଶ୍ୟକତା ଥିଲା ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି I ଭାରତୀୟ ସାମାଜିକ ସଂସ୍ଥା ନୂଆ ଦିଲ୍ଲୀ ପକ୍ଷରୁ ଯେଉଁ ତାଲିମ ଶିବିର ଛାତ୍ରଛାତ୍ରୀଙ୍କ ପାଇଁ ଆୟୋଜିତ ହୋଇଛି ତାହା ସ୍ୱାଗତ ଯୋଗ୍ୟ ବୋଲି ଅବିଭାବକ ମହଲରେ ମତ ପ୍ରକାଶ ପାଇଛି I