ଗଜପତି ଜିଲ୍ଲା ସ୍ତରୀୟ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ……….

ଅନୁସନ୍ଧାନ ଭାରତ(ବ୍ୟୁର): ଗଜପତି ଜିଲ୍ଲା ସ୍ତରୀୟ ନୂଆଁଖାଇ ଭେଟଘାଟ ଆଜି ସ୍ଥାନୀୟ ପାରଳାଖେମଣ୍ଡି ଟାଉନ୍ ହଲ୍ ପରିସରରେ ଉପ-ଜିଲ୍ଲାପାଳ ଶ୍ରୀଯୁକ୍ତ ଆଲୋକ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି l ଶ୍ରୀ ପ୍ରଧାନ ତାଙ୍କ ବକ୍ତବ୍ୟରେ କହିଥିଲେ ନୂଆଁଖାଇ ଭେଟଘାଟ ମାଧ୍ୟମରେ ଜିଲ୍ଲାର କଳା, ସଂସ୍କୃତି ମାଧ୍ୟମରେ ଆମ ଜିଲ୍ଲା ଆଗକୁ ବଢ଼ିବାରେ ସାହାୟକ ହେବ ଏବଂ ଉପସ୍ଥିତ ଥିବା ନୃତ୍ୟ ଶିଳ୍ପୀଙ୍କୁ ଉତ୍ସାହିତ କରିଥିଲେ l ପ୍ରତି ବର୍ଷ ପରି ଏହି ବର୍ଷ ମଧ୍ୟ ଜିଲ୍ଲା ସଂସ୍କୃତି ପରିଷଦ ଓ ସମଲେଇ ନୃତ୍ୟକଳା ପରିଷଦର ମିଳିତ ଆନୁକୁଲ୍ୟରେ ନୂଆଁଖାଇ ଭେଟଘାଟ-୨୦୨୨ ପାଳିତ ହୋଇଯଇଅଛି l ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଓ ଭାଇଚରା ପର୍ବ ଏହି ପର୍ବ ପଶ୍ଚିମ ଓଡିଶାର ସମେତ ସାରା ରାଜ୍ୟରେ ପାଳନ କରାଯାଉଛି l

csp

ଏହି ଉପଲକ୍ଷେ ସ୍ଥାନୀୟ କଳାକାର ନୃତ୍ୟ ଶିଳ୍ପୀମାନଙ୍କ ଦ୍ଵାରା ନାଟକ ପରିବେଷଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ପାରଳାଖେମଣ୍ଡି ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ, ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା, ସହକାରୀ ଜିଲ୍ଲାପାଳ କିରଣ କୁମାର ମହାନ୍ତି, ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ, ସଙ୍ଗୀତ ନିର୍ଦ୍ଦେଶକ ଗୁରୁ ରଘୁନାଥ ପାତ୍ର ଉପସ୍ଥିତ ଥିଲେ ବେଳେ କାର୍ଯ୍ୟକ୍ରମରେ ପ୍ରାକ୍ତନ ନଗରପାଳ ପାରଳା ପୌରପରିଷଦ ନୃସିଂହଚରଣ ପଟ୍ଟନାୟକ ମଞ୍ଚାସିନ ଥିଲେ l ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ବାଳକୃଷ୍ଣ ପାଣିଗ୍ରାହୀ l