ଗ୍ରେସ ଚ୍ୟାରିଟେବୁଲ ସଂସ୍ଥା ତରଫରୁ ପ୍ରଡ଼ଶିକ୍ଷା କାର୍ଯ୍ୟକ୍ରମ ସୁଭାରମ୍ଭ……

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ସାରିଙ୍ଗିଇର୍ପି ଠାରେ ଆଜି ଗ୍ରେସ ଚ୍ୟାରିଟେବୁଲ ସଂସ୍ଥା ତରଫରୁ ପ୍ରଡ଼ଶିକ୍ଷା କାର୍ଯ୍ୟକ୍ରମ ଆୟୋଜିତ ହୋଇ ଥିଲା l ଏହି କାର୍ଯାକ୍ରମରେ ମୁଖ୍ୟ ଅତିଥି ଭାବେ ଦାରିଙ୍ଗବାଡ଼ି ବ୍ଲକ ଅଧକ୍ଷ ଶ୍ରୀ ସୁଶାନ୍ତ ପ୍ରଧାନଙ୍କ ଯୋଗ ଦେଇ ଥିବାବେଳେ ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ରଞ୍ଜନ ପ୍ରଧାନ, ଗ୍ରେନବାଡ଼ି ପଞ୍ଚାୟତ ସରପଞ୍ଚ ଶ୍ରୀମତି ସୁନିତା ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଥିଲେ l ମୁଖ୍ୟଅତିଥି ବ୍ଲୋକ ଅଧକ୍ଷ, ଆଚାର୍ଯ୍ୟ ବିକ୍ରମ ଦିଗାଳ, ଆଚାର୍ଯ୍ୟ ସୁନୀଲ ପ୍ରଧାନ, ପାଳକ ପୁରେଶ ପ୍ରଧାନ ଓ ଅନ୍ୟ ଅତିଥିଙ୍କ ଦ୍ୱାରା ପ୍ରଡ଼ଶିକ୍ଷା କାର୍ଯ୍ୟକ୍ରମ ଉଦଘାଟନ କରାଯାଇଥିଲା l ଦାରିଙ୍ଗବାଡି ବ୍ଲକର ଚାରୋଟି ପଞ୍ଚାୟତର ୧୫ଟି ଗ୍ରାମ ପାଇଁ ୧୫ଜଣଙ୍କୁ ଶିକ୍ଷକ ଓ ଶିକ୍ଷୟତ୍ରୀ ଭାବରେ ନିଯୁକ୍ତି ଦିଆଯାଇଛି l