ଅଗ୍ନିପଥ ସୈନ୍ୟବାହିନୀ ନିଯୁକ୍ତି ପାଇଁ ଟ୍ରେନିଂ ପାଉଥିବା ଯୁବକମାନଙ୍କୁ ହାଇଟେକ ଗ୍ରୁପ ତରଫରୁ ଜୋତା ଓ ଟି-ସାର୍ଟ ବଣ୍ଟନ……

ଅନୁସନ୍ଧାନ ଭାରତ(ବ୍ୟୁର): ପାରଳାଖେମୁଣ୍ଡି ସ୍ଥିତ ବେତାଗୁଡା ପୁଲିସ ପଡିଆଠାରେ ଅଗ୍ନିପଥ ସୈନ୍ୟବାହିନୀ ନିଯୁକ୍ତି ପାଇଁ ଟ୍ରେନିଂ ପାଉଥିବା ଯୁବକମାନଙ୍କୁ ଆଜି ସନ୍ଧ୍ୟାରେ ହାଇଟେକ ଗ୍ରୁପ ତରଫରୁ ଟି-ସାର୍ଟ ଓ ଜୋତା ବଣ୍ଟନ କରଯାଇଥିଲା l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅଥିତି ଭାବେ ବିଜେଡ଼ି ଯୁବନେତା ଇଂ ରୂପେଶ ପାଣିଗ୍ରାହୀ ଓ ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଗବାରା ତିରୁପତି ରାଓଙ୍କ ଦ୍ଵାରା ବଣ୍ଟାଯାଇଥିଲା l

csp

ଏହି ଅବସରରେ କାଶିନଗର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବାଲ୍ଲା ସାୟାମ୍ମା, ଗୁମ୍ମା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୁନେମି ମଣ୍ଡଲ, ପାରଳାଖେମୁଣ୍ଡି ପୌରପରିଷଦ ସମସ୍ତ କାଉନ୍ସିଲୋର, ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ଶାସନମ ବାଳରାଜୁ, ବରିଷ୍ଟ ନେତା ଏସ ଗଜପତି ରାଓ, ପୂର୍ବତନ ଜିଲ୍ଲା ସଭାପତି ଶ୍ରୀ ବସନ୍ତ ଦାସ, ଶ୍ରୀ ବିଭୁତି ଭୂଷଣ ମହାନ୍ତି, ଶ୍ରୀ ରାଜୁ ବେହେରା, ଶ୍ରୀ ଲକ୍ଷ୍ମୀକାନ୍ତ ପରିଚ୍ଛା, ସମସ୍ତ ବ୍ଲକର ସରପଞ୍ଚ ଓ ସମିତି ଏବଂ ସମସ୍ତ ବ୍ଲକର ବିଜେଡ଼ି ନେତା ଓ କର୍ମୀମାନେ ଯୋଗଦେଇଥିଲେ l