ପ୍ରାୟ “୭” ବର୍ଷ ଧରି ପଞ୍ଚାୟତ ପାଣ୍ଠିର ଅନିୟମିତତା ଓ ହଡପ ଅଭିଯୋଗ, ଗଜପତି ଜିଲ୍ଲାପାଳଙ୍କ ଉଦ୍ଧେଶ୍ୟରେ କାଶୀପୁର ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ………
ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଦୁର୍ନୀତିର ଏକ ଗଡ଼ ଭାବେ ପରିଚିତ ଥିଲା ବେଳେ କିଛି ଅସାଧୁ ନେତୃବୃନ୍ଦ ଦୀର୍ଘଦିନ ଧରି ରାଜନୀତିକୁ ଏକ ପେସା ଭାବେ ଗ୍ରହଣ କରି ଅଞ୍ଚଳର ନିରୀହ ଜନସାଧାରଣଙ୍କ ସମୂହ ପାଣ୍ଠିର ଅପବ୍ୟବହାର କରି ନିଜ ସ୍ୱାର୍ଥ ଉଦ୍ଧେଶ୍ୟରେ ପଞ୍ଚାୟତ ପାଣ୍ଠି ବ୍ୟବହାର କରୁଥିବା ଅଭିଯୋଗ ହୋଇଛି l ସୂଚନା ପ୍ରକାରେ ଚନ୍ଦ୍ରଗିରି ନାଏବ ସରପଞ୍ଚ ମଞ୍ଜୁଳା ନାଏକ ଙ୍କ ନେତୃତ୍ୱରେ ପଞ୍ଚାୟତର ୱାର୍ଡର ସଭ୍ୟାସଭ୍ୟ ସମେତ ଶତାଧିକ ବୁଦ୍ଧିଜୀବି ପ୍ରମୁଖ ଆଜି ରାୟଗଡ଼ା ଜିଲ୍ଲାପାଳ ଉଦ୍ଧେଶ୍ୟରେ କାଶୀପୁର ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି l ଯାହା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ଗ୍ରାମ ପଞ୍ଚାୟତର ବିଭିନ୍ନ ସ୍ଥାନରେ ଏକ ଗୋଷ୍ଠି ବିଶେଷ ୨୦୧୬/୧୭ ମସିହା ଠାରୁ ଏଯାବତ ଗ୍ରାମପଞ୍ଚାୟତର ରାଜନୀତିରେ ସକ୍ରିୟ ରହି ଥିବା ବେଳେ ଅଞ୍ଚଳର ବିକାଶ ପାଣ୍ଠିକୁ ଦୁରୁଉପଯୋଗ କରିଆସୁଛନ୍ତି l ଏହି ଏକାଧିକ ଅଭିଯୋଗ ମଧ୍ୟରୁ ଅଞ୍ଚଳରେ ବିକାଶ ପାଇଁ ଆସିଥିବା ପାଣ୍ଠିକୁ ସମ୍ପୂର୍ଣ୍ଣ ଭାବେ ଦଳୀୟ ପାଣ୍ଠି ଭଳି ବ୍ୟବହାର କରୁଥିବାବେଳେ ପ୍ରତି ବର୍ଷର କାର୍ଯ୍ୟ ଖସଡ଼ାକୁ ଅନ୍ୟ ଗ୍ରାମବାସୀ ସମେତ ସଭ୍ୟସଭ୍ୟାମାନଙ୍କ ଅଜ୍ଞାତରେ ମନମୁଖୀ ଖସଡ଼ା ପ୍ରସ୍ତୁତ କରିଆସୁଛନ୍ତି l ଫଳରେ ଏସଏଫସି, ସିଏଫସି ସମେତ ଏମଜିଏନଆରଇଜିଏ ପାଣ୍ଠିର ଦୁରୂଉପଯୋଗ କରିବାରେ ସେମାନଙ୍କୁ ସହାୟକ ହେଉଛି l ଏଭଳି ଅନିୟମିତତା ସମ୍ପର୍କରେ ପ୍ରତିବାଦ ଜଣାଇଲେ ଅଭିଯୋଗ ପ୍ରତି ଭୁକ୍ଷେପ କରାଯାଉନାହିଁ l ହେଲେ ଆଲୋକୀକରଣ, ଏମଜି ଏନ ଆରଜିଏ କାମରେ ବ୍ୟାପକ ଘୋଟଲା କରାଯାଇଥିବା ବେଳେ ଏସଏଫସି ଓ ସିଏଫସି ପାଣ୍ଠି କୁ ବ୍ୟକ୍ତିଗତ ବ୍ୟବହାର କରାଯାଇଛି l ଏଣୁ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ଏହାର ସ୍ୱତନ୍ତ୍ର ଅଡିଟ ସହିତ ନିରପେକ୍ଷ ତଦନ୍ତ ପାଇଁ ଆଜି ଦାବିପତ୍ର ପ୍ରଦାନ କରାଯାଇଛି l ପୂର୍ବରୁ ଏଭଳି ଅନିୟମିତତାକୁ ନେଇ ବ୍ଲକ ଓ ଜିଲ୍ଲା ସ୍ତରରେ ଅଭିଯୋଗ କରାଯାଇଥିବାବେଳେ କୌଣସି କାରଣରୁ ପ୍ରଶାସନ ତରଫରୁ କର୍ଣ୍ଣପାତ ହେଇପାରୁ ନ ଥିବା ସ୍ଥିତିରେ ବର୍ତ୍ତମାନ ରାୟଗଡା ଜିଲ୍ଲାପାଳଙ୍କ ଦୁର୍ନୀତି ମୁକ୍ତ କାର୍ଯ୍ୟଶୈଳୀକୁ ସାରା ଜିଲ୍ଲାରେ ହୋଇଚଇ ସୃଷ୍ଟି କରିଥିବା ବେଳେ କାଶୀପୁର ବ୍ଲକରେ ହେଉଥିବା କ୍ରମାଗତ ଦୁର୍ନିତଠାରୁ ଉପଶମ ମିଳିବ ବୋଲି ଆଶାର କିରଣ ସଂଚାର ହେଉଛି l ଏହାକୁ ଦୃଷ୍ଟିରେ ରଖି ଆଜିର କାର୍ଯ୍ୟକ୍ରମରେ ଚନ୍ଦ୍ରଗିରି ଗ୍ରାମପଞ୍ଚାୟତର ଅନ୍ୟ ମାନଙ୍କ ମଧ୍ୟରେ ସଭ୍ୟା ମଙ୍ଗଳ ଦେଇ ମାଝି, ସଭ୍ୟ ଉଦୟ ସିଂ ମାଝି, ସଭ୍ୟା କୁନିଦେଇ ମାଝି, ସଭ୍ୟା ଜୟନ୍ତୀ ନାଏକ, ସଭ୍ୟ ରାମଦାସ ମାଝି, ସଭ୍ୟା ବବି ନାଏକ, ବୁଦ୍ଧିଜୀବି ମଧ୍ୟରୁ ନରେନ୍ଦ୍ର ନାଏକ, ରତିକାନ୍ତ ନାଏକ, ସତ୍ୟ ସୁନ୍ଦର ମାଝି, ସାନିଆ ମାଝି, ଗୋବିନ୍ଦ ନାଏକ, ଋପ ଧର ମାଝି, ଅର୍ଣ୍ଣ ଚନ୍ଦ୍ର ମାଝି ଓ ଶଙ୍କର ନାଏକ ପ୍ରମୁଖ ଉପସ୍ଥିତ ଥିଲେ l