ସ୍ବାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ଓ ଗୁରୁକୁଳ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲରେ ଗୁରୁଦିବସ ପାଳିତ……..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସ୍ଥିତ ସ୍ବାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ଓ ଗୁରୁକୁଳ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲ ରେ ଗୁରୁଦିବସ ପାଳିତ ହୋଇଛି l ଏହି ପବିତ୍ର ଦିବସରେ ଅତିଥି ଭାବେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସର ପ୍ରଧାନ ଶିକ୍ଷକ ବଳରାମ ସାହୁ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଲୋକନାଥ ବାରିକ ଓ ଗୋଲକ ବିହାରୀ ପଟ୍ଟନାୟକ ଯୋଗ ଦେଇଥିଲେ l ଛାତ୍ରୀମାନେ ଗୁରୁ ବନ୍ଦନା ଗାନ କରିଥିଲେ l ବିଦ୍ୟାଳୟର ସମ୍ପାଦକ ଅରୁଣ କୁମାର ଷଡଙ୍ଗୀଙ୍କ ସଭାପତିତ୍ଵ ଏହି କାର୍ଯ୍ୟ କ୍ରମରେ ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ l ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ମାର୍କ ରଖିଥିବା ଛାତ୍ର ପ୍ରଜ୍ଞାନ ପ୍ରଭାସ ସାହୁଙ୍କୁ ବଳରାମ ସାହୁ ପୁରସ୍କାର ପ୍ରଦାନ କରିଥିଲେ l ଗୁରୁଦିବସ ବିଷୟରେ ବକ୍ତବ୍ୟ ପ୍ରଦାନ କରି ଛାତ୍ର ଅଭିନୀତ ଷଡଙ୍ଗୀ, ଛାତ୍ରୀ ସଗୁନ ପଣ୍ଡା ଓ ପ୍ରିତି ପ୍ରଞ୍ଜ୍ୟା ବେହେରାଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା l ସୁକନ୍ୟା ନାୟକ, ସ୍ମୃତି ରଞ୍ଜନ ବେହେରା, ସରିତା ସାହୁ, ଗୀତାଞ୍ଜଳୀ ଚୌଧୁରୀ, ସ୍ମୃତି ରେଖା ପାତ୍ର, ସୁଦୀପ୍ତ। ବିଶ୍ବମ୍ବଦା ବେହେରା, ରାଜଲକ୍ଷ୍ମୀ ପାଣିଗ୍ରାହୀ, ବିନିତା ଆରୁଖ, ଦୀପିକା ପଟ୍ଟନାୟକ, ଏନ ପଦ୍ମିନୀ, ଶ୍ରଦ୍ଧାନଜଳୀ ଦଳବେହରା ପ୍ରମୁଖ ସହଯୋଗ କରିଥିଲେ l