ଗୁରୁ ଏବଂ ଶିଷ୍ୟ ଙ୍କ ସମ୍ପର୍କ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ…….

ଅନୁସନ୍ଧାନ ଭାରତ(ବ୍ୟୁର): ସେପ୍ଟେମ୍ବର ୫ ତାରିଖକୁ ସ୍ୱାଧୀନ ଭାରତର ଦ୍ଵିତୀୟ ରାଷ୍ଟ୍ରପତି ଡ଼ଃ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମଜୟନ୍ତୀକୁ ଗୁରୁ ଦିବସ ରୂପେ ସମଗ୍ର ଦେଶରେ ପାଳନ କରାଯାଉଛି l ଏହି ଅବସରରେ ଆଜି ଘୁ.ଉଦୟଗିରି ଅଞ୍ଚଳରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନ ଯଥା ହବାକ ଉଚ୍ଚ ବିଦ୍ୟାଳୟ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ସ୍ୱାମୀ ବିବେକାନନ୍ଦ ଶିକ୍ଷାକେନ୍ଦ୍ର, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, କଳିଙ୍ଗ ମହାବିଦ୍ୟାଳୟ, ମିଲିମାନ ମେମୋରିଆଲ ହାଇସ୍କୁଲ, ଇନ୍ଦିରା ପ୍ରିୟଦର୍ଶିନୀ ମହିଳା ମହାବିଦ୍ୟାଳୟ, ଆଶିଷ ପବ୍ଲିକ ସ୍କୂଲ ତଥା ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷା ଅନୁଷ୍ଠାନରେ ଗୁରୁଦିବସ ମହାଆଡମ୍ବରରେ ପାଳିତ ହୋଇଯାଇଛି l ଗୁରୁ ଶିଷ୍ୟଙ୍କ ଯେଉଁ ସମ୍ପର୍କ ରହିଛି ଅତି ପୁରାତନ ଏବଂ ପୂରାଣ ବର୍ଣ୍ଣିତ l ପିତା ଏବଂ ମାତା ପିଲାମାନଙ୍କୁ ଜନ୍ମ ଦେଇଥାନ୍ତି କିନ୍ତୁ ଉତ୍ତମ ଶିକ୍ଷା, ଦୀକ୍ଷା, ଶିଷ୍ଟାଚାର ଏକ ଉତ୍ତମ ଗୁରୁଙ୍କ ଠାରୁ ହିଁ ଶିକ୍ଷା ଲାଭ କରିଥାଉ l ତେଣୁ ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର ଗୁରୁ ସାକ୍ଷାତ ପରଂବ୍ରହ୍ମ ତସ୍ମୟ ଶ୍ରୀ ଗୁରୁବେ ନମଃ l ଏହି ଗୁରୁଦିବସ ଅବସରରେ ସମସ୍ତ ଶିକ୍ଷକ ନିଜ ନିଜ ଛାତ୍ରଙ୍କୁ ଡ଼ଃ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜୀବନୀ ବିଷୟରେ ସୂଚନା ପ୍ରଦାନ କରି କିଭଳି ନିଜ ଭବିଷ୍ୟତକୁ ଉଜ୍ବଳମୟ କରିବେ ତାହା ପ୍ରାଞ୍ଜଳ ଭାବେ ବ୍ୟାଖ୍ୟା କରିଥିଲେ l ପୂର୍ବେ ଯେଭଳି ଛାତ୍ରମାନେ ଗୁରୁଙ୍କ ଉଦେଶ୍ୟରେ ନାରା ଦେଇ ଘରକୁଘର ବୁଲି “ଗୁରୁ ଦିବସ ପାଳନ କର ଗୁରୁ ପାଣ୍ଠିକୁ ଦାନ କର” କହି ବୁଲୁଥିଲେ ହେଲେ ବର୍ତ୍ତମାନ ତାହା ଶୁଣିବାକୁ ମିଳିନଥିଲା