ଭାରତୀୟ ଶାନ୍ତି ଓ ସଦ୍ଭାବନା ମଞ୍ଚ ଏବଂ ଭାରତୀୟ ସାମାଜିକ ସଂସ୍ଥା ନୂଆଦିଲ୍ଲୀ ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ ତାଲିମ ଶିବିର ଅନୁଷ୍ଠିତ…..
ଅନୁସନ୍ଧାନ ଭାରତ(ବ୍ୟୁର): ଭାରତୀୟ ଶାନ୍ତି ଓ ସଦ୍ଭାବନା ମଞ୍ଚ ଏବଂ ଭାରତୀୟ ସାମାଜିକ ସଂସ୍ଥା ନୂଆଦିଲ୍ଲୀର ମିଳିତ ଆନୁକୂଲ୍ୟରେ କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ଗ୍ରେସିଙ୍ଗିଆ ସ୍ଥିତ ଅରଶ୍ମିନ ଉଚ୍ଚ ବିଦ୍ୟାଳୟ ଠାରେ ରାଜ୍ୟ ସଂଯୋଜକ ଅରୁଣ କୁମାର ନାୟକଙ୍କ ନେତୃତ୍ୱରେ ସମ୍ବିଧାନ ସଚେତନତା, ସୁରକ୍ଷା, ଭାଇଚାରା ବଜାୟ ରଖିବା ପାଇଁ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଛି I ଉକ୍ତ କାର୍ଯ୍ୟକ୍ରମରେ ୧୫୦ ଜଣ ଛାତ୍ରଛାତ୍ରୀ ଯୋଗ ଦେଇ ଭାଇଚାରା ବଜାୟ ରଖିବା, ସାମ୍ବିଧାନିକ ଆଇନର ସୁରକ୍ଷା ଓ ସଚେତନତା ସମ୍ପର୍କରେ ଶିକ୍ଷାର୍ଜନ କରିଥିଲେ I
ଛାତ୍ରଛାତ୍ରୀଙ୍କୁ ସାମ୍ବିଧାନିକ ସୁରକ୍ଷା ଆଇନ ଓ ଭାଇଚାରା ବଜାୟ ରଖିବା ଉପରେ ଶିକ୍ଷା ଦେବା ପାଇଁ ଘୁ. ଉଦୟଗିରି ଜୋନାଲ ଟ୍ରେନର ଶୁଶୀଳ କୁମାର ପ୍ରଧାନ, ଦାରିଙ୍ଗବାଡ଼ି ଜୋନାଲ ଟ୍ରେନର ବ୍ରହ୍ମIନନ୍ଦ ନାୟକ, ରାଇକିଆ ଜୋନାଲ ଟ୍ରେନର ସୁମନ୍ତ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇ ଥିଲେ I ଏହି ସମୟରେ ଛାତ୍ରଛାତ୍ରୀଙ୍କ ପାଇଁ ସାଧାରଣ ଜ୍ଞାନ ଓ ସଂସ୍କୃତିର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା I ଆଜିକାର ତାଲିମ ଶିବିରରେ ଯୋଗ ଦେଇ ବିଭିନ୍ନ ପ୍ରତିଦ୍ୱନ୍ଦୀ ତାରେ ଅଂଶ ଗ୍ରହଣ କରି କୃତିତ୍ୱ ଅର୍ଜ୍ଜନ କରି ଥିବା ୧୦୦ ଜଣ ଛାତ୍ରଛାତ୍ରୀଙ୍କୁ ବହୁ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରାଯାଇ ଥିବା ରାଜ୍ୟ ସଂଯୋଜକ ଅରୁଣ କୁମାର ନାୟକ ସୂଚନା ଦେଇଛନ୍ତି I ଭାରତୀୟ ସାମାଜିକ ସଂସ୍ଥା ନୂଆ ଦିଲ୍ଲୀ ପକ୍ଷରୁ ୫ଟି ବ୍ଲକ ଯଥା ଘୁ.ଉଦୟଗିରି, ରାଇକିଆ, ଦାରିଙ୍ଗବାଡ଼ି, କୋଟଗଡ଼ ଓ ତୁମୁଡିବନ୍ଧ ବ୍ଲକରେ ଛାତ୍ରଛାତ୍ରୀମାନଙ୍କୁ ସମ୍ବିଧାନର ସଚେତନତା ତାଲିମ ସହ ମୌଳିକ ଅଧିକାର ଓ ଭାଇଚାର ବଜାୟ ରଖିବା ପାଇଁ ତାଲିମ ଶିବିର ଅନୁଷ୍ଠିତ ହେବ I ଆଜି ଘୁ. ଉଦୟଗିରି ବ୍ଲକରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା I ଆଗାମୀ ଦିନରେ ଅନ୍ୟ ବ୍ଲକ ଗୁଡ଼ିକରେ ତାଲିମ ଶିବିର ଅନୁଷ୍ଠିତ ହେବ ବୋଲି ରାଜ୍ୟସଂଯୋଜକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି I ଏହି କାର୍ଯ୍ୟକ୍ରମକୁ ଅଞ୍ଚଳ ବାସୀଙ୍କ ପକ୍ଷରୁ ସ୍ୱାଗତ କରାଯିବା ସହ ପ୍ରଶଂସା କରାଯାଇଛି I ସମାଜରେ ଭାଇଚାରା ଓ ସମ୍ବିଧାନ ସୁରକ୍ଷା ଉପରେ ସଚେତନତା ଶିବିର ଆୟୋଜିତ ହେବାର ଆବଶ୍ୟକତା ଥିଲା ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି I ଭାରତୀୟ ସାମାଜିକ ସଂସ୍ଥା ନୂଆ ଦିଲ୍ଲୀ ପକ୍ଷରୁ ଯେଉଁ ତାଲିମ ଶିବିର ଛାତ୍ରଛାତ୍ରୀଙ୍କ ପାଇଁ ଆୟୋଜିତ ହୋଇଛି ତାହା ସ୍ୱାଗତ ଯୋଗ୍ୟ ବୋଲି ଅବିଭାବକ ମହଲରେ ମତ ପ୍ରକାଶ ପାଇଛି I