ଦୁତିପଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟରେ ପାଳିତ ହେଲା ଗୁରୁଦିବସ……

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ଦୁତିପଡ଼ା ସରକାରୀ ଉଚ୍ଚ ବିଦ୍ୟାଳରେ ପ୍ରଧାନ ଶିକ୍ଷୟିତ୍ରୀ ଅମ୍ବିକା ପ୍ରଧାନଙ୍କ ନେତୃତ୍ୱରେ ଗୁରୁଦିବସ ପାଳିତ ହେଇଯାଇଛି l ଏହି ଦିବସରେ ସ୍କୁଲର ସମସ୍ତ ଷ୍ଟାଫ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଗୁରୁଦିବସ ପାଳନ ଓ ସେପ୍ଟେମ୍ବର ୫ ତାରିଖକୁ ଗୁରୁଦିବସ ରୂପେ ପାଳନ କରାଯିବାର ଉଦେଶ୍ୟ  ଛାତ୍ରଛାତ୍ରୀମାନଙ୍କ ପାଖରେ ଉପସ୍ଥାପନ କରି ଥିଲେ l ଏହା ସହ ଗୁରୁଦିବସରେ ଛାତ୍ରଛାତ୍ରୀମାନେ ପିତାମାତା, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଠାରୁ ଆଶୀର୍ବାଦ ଲାଭ କରିଥାନ୍ତି ବୋଲି ଛାତ୍ରଛାତ୍ରୀମାନଙ୍କୁ କହି ଥିଲେ l ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀମାନେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ସଂମ୍ମାନର ସହିତ ଚନ୍ଦନ, ପୁଲପୁଷ୍ପ ଓ ଦୀପ ଆଦି ଅର୍ପଣ କରି ପୂଜା କରି ଆଶୀର୍ବାଦ ନେଇଥିଲେ l