ଘୁ.ଉଦୟଗିରି କୁଇ ସମାଜ ପକ୍ଷରୁ ପୁରୀ ଶଙ୍କରଚାର୍ଯ୍ୟଙ୍କ ଗିରଫ ଦାବୀରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଥାନାଧିକାରୀଙ୍କୁ ଦାବିପତ୍ର ପ୍ରଦାନ………

ଅନୁସନ୍ଧାନ ଭାରତ(ବ୍ୟୁର): ନିଖିଳ ଉତ୍କଳ କୁଇ ସମାଜ ଘୁ.ଉଦୟଗିରି ଶାଖା ତରଫରୁ ସଭାପତି ବିରେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ପୁରୀ ମଠାଧୀଶ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କ ଆଦିବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ମନ୍ତବ୍ୟକୁ ବିରୋଧ କରି ଆଜି ଘୁ. ଉଦୟଗିରି ଆଦର୍ଶ ଥାନାରେ ଆଇଆଇସି ଅଜୟ କୁମାର ସ୍ବାଇଁଙ୍କୁ ଏକ ଲିଖିତ ଅଭିଯୋଗ ପତ୍ର ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି l ନିଖିଳ ଉତ୍କଳ କୁଇ ସମାଜର ଲିଖିତ ଅଭିଯୋଗ ସୂଚନା ଅନୁସାରେ ପୁରୀ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ଜାଣିଶୁଣି ଉଦ୍ଦେଶ୍ୟ ମୂଳକ ଭାବେ ସମସ୍ତ ଆଦିବାସୀ ସମାଜକୁ ମୂଳଉତ୍ପାଟନ କରିବା ଉଦ୍ଦେଶ୍ୟରେ ଦେଇଥିବା ମନ୍ତବ୍ୟ ” ଆଦିବାସୀ ଶବ୍ଦକୁ ହଟେଇ ଦିଆଯାଉ” ଯାହା ଧର୍ମ ନିରପେକ୍ଷ ଗଣତନ୍ତ୍ର ରାଷ୍ଟ୍ରରେ ସମଗ୍ର ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗ ଜନସାଧାରଣଙ୍କ ବହୁ ଅପମାନ ସୂଚକ ହୋଇଥିବା ଓ ସେମାନଙ୍କ ସମାଜକୁ ବହୁତ ବାଧିଥିବା ସହ ମର୍ମାହତ କରିଥିବା ଉଲ୍ଲେଖ ରହିଛି l ଏଥିସହ ଗଣତନ୍ତ୍ର ରାଷ୍ଟ୍ରରେ ଶଙ୍କରାଚାର୍ଯ୍ୟଙ୍କ ବୟାନ ଯେପରି ସମାଜରେ ବିଶୃଙ୍ଖଳା ନ ଘଟାଏ ତେଣୁ ଅଭିଯୁକ୍ତଙ୍କୁ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ନିବାରଣ ଆଇନ ଅନୁଯାୟୀ ତୁରନ୍ତ ଗିରଫ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ l ନଚେତ ଭାରତୀୟ ସମ୍ବିଧାନକୁ ସମ୍ମାନ ଜଣାଇ ଆଗାମୀ ଦିନରେ ଏହି ଆଦିବାସୀ ସମାଜ ରାଜ ରାସ୍ତାକୁ ଓହ୍ଲାଇ ବାକୁ ବାଧ୍ୟହେବ l ସୂଚନା ଅନୁସାରେ ଏହାର ଏକକିତା ନକଲ କନ୍ଧମାଳ ଜିଲ୍ଲାପାଳ ମହୋଦୟଙ୍କୁ ପ୍ରେରଣ କରାଯାଇଛି l