ଗଜପତି ଜିଲ୍ଲାରେ ସାରର କଳାବଜାରି ଚାଲିଥିବା ନେଇ ଅଭିଯୋଗ, ନିରାଶ ଚାଷୀକୁଳ…..

ଅନୁସନ୍ଧାନ ଭାରତ(ବ୍ୟୁର): ଗଜପତି ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ପାହାଡ଼ ପର୍ବତ ଘେରା ଅଞ୍ଚଳର l ଏଠାକାର ବାସୀନ୍ଧାଙ୍କ ମୁଖ୍ୟ ଜୀବନ ଜୀବିକା କୃଷି ଉପରେ ନିର୍ଭରଶୀଳ l ଜିଲ୍ଲାର ସାତୋଟି ବ୍ଳକ ମଧ୍ୟରୁ ୫ଟି ଆଦିବାସୀ ଅଧ୍ୟୁଷିତ ବ୍ଳକ ହୋଇ ଥିବା ବେଳେ ୨ ଟି ସାଧାରଣ ବ୍ଳକ l ରାଜ୍ୟ ସରକାର ଓ କେନ୍ଦ୍ର ସରକାର କୃଷିର ଉନ୍ନତି ସକାଶେ ବିଭିନ୍ନ ଯୋଜନା କରିଛନ୍ତି l ଚାଷି କିପରି ସ୍ୱାବଲମ୍ବୀ ହୋଇ ପାରିବ ତାର ସାମାଜିକ ଅଭିବୃଦ୍ଧି ହୋଇ ସମାଜର ମୁଖ୍ୟ ସ୍ରୋତରେ ପହଞ୍ଚି ପାରିବା ପାଇଁ ପ୍ରଚେଷ୍ଟା ଜାରି ରହିଛି l ଗଜପତି ଜିଲ୍ଲାରେ ମୁଖ୍ୟତଃ ୭୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭର ଶୀଳ l ଜିଲ୍ଲାରେ ମୁଖ୍ୟତଃ ତିନୋଟି ବ୍ଳକରେ ଅଧିକ ଧାନ ଚାଷ ହୋଇ ଥାଏ l ଗୋଶାଣି ବ୍ଳକ, କାଶୀ ନଗର ବ୍ଳକ, ଗୁମ୍ମା ବ୍ଳକରେ ଧାନ ଚାଷ ଅଧିକ ହୋଇ ଥାଏ l ବର୍ତ୍ତମାନ ଖରିଫ ୠତୁରେ ଧାନ ଚାଷ ଚାଲି ଥିବା ବେଳେ ଚାଷି ସାର, ବିହନ, କୀଟ ନାଶକ ଔଷଧର ଆବଶ୍ୟକତା ରହିଛି l ଚାଷିକୁ ସାର ଚଢା ଦରରେ ବିଭିନ୍ନ ଦୋକାନ ଓ ସମବାୟ ସମିତି ଫୋଟିଲାଇଜରରୁ ଚଢା ଦରରେ ବିକ୍ରି ହେଉଥିବାର ଅଭିଯୋଗ ହେଉଛି l ସେହିପରି ସମବାୟ ସମିତିରେ ଚାଷୀ ଧାନ ମଣ୍ଡି ସକାଶେ ପଞ୍ଜିକୃତ କରିବାକୁ ଗଲେ ଚାଷି ଠାରୁ ଅର୍ଥ ଆଦାୟ କରୁଥିବାର ଅଭିଯୋଗ ହେଉଛି l ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଧ୍ୟାନ ଦେଲେ ଚାଷୀକୂଳ ଉପକୃତ ହୋଇପାରିବେ ବୋଲି ଆଶା କରାଯାଉଛି l ଚାଷି ଧାନ ଉତ୍ପାଦନ କରିବା ପାଇଁ ନାନା ସମସ୍ୟା ଦେଇ ଗତି କରୁଛି l ଏଥି ପ୍ରତି ଜିଲ୍ଲା ପ୍ରଶାସନ ବା ବିଭାଗୀୟ କର୍ତ୍ତୃପକ୍ଷ ନଜର ଦେଲେ ଚାଷି କୂଳ ଉପକୃତ ହୋଇପାରିବେ ବୋଲି ଗଜପତି ଜିଲ୍ଲାର ଚାଷୀ କୁଳ ଆଶା କରିଛନ୍ତି l