ଅନୁସନ୍ଧାନ ଭାରତ୍(ବ୍ୟୁର): କିଛି ଦିନ ନୀରବତା ପରେ ପୁଣି ସ୍ଥିତି ଜାହିର କଲେ ମାଓବାଦୀ l ବାଲିଗୁଡା-ମୁନିଗୁଡା ମୁଖ୍ୟ ରାସ୍ତାରେ ଗଛ ପକାଇ ହାତ ଲେଖା ପୋଷ୍ଟର ମାରି ସ୍ଥିତି ଜାହିର କରି ଛନ୍ତି l ବନ ବିଭାଗର ଫଳକରେ ଲାଗି ଥିବା ମାଓ ପୋଷ୍ଟର ଲେଖା ଅଛି ଯେ ସେଥିରେ କିଛି ଦିନ ତଳେ ପୀଟଡ଼ଙ୍ଗା, ରମେଶ ମାଝୀ ଦୁହେଁ ମିଶି ସରକାରୀ ଅର୍ଥ ଓ ଲେବର ଟଙ୍କା ହଡପ କାରି, ଆଦିବାସୀ ମହିଳାଙ୍କୁ ଅସଦା ଚରଣ ଭଳି ଆରୋପ ପୋଷ୍ଟରରେ ଲେଖା ଯାଇଛି l

ବର୍ତ୍ତମାନ ଏହି ପୋଷ୍ଟର ଯୋଡି ହୋଇଛି ସାସଂଦ ପ୍ରତିନିଧି ମୋନଜ ସାବତ, ପୂର୍ବତନ ବିଡ଼ିଓ କୈଳାସ ମୁର୍ମୁ ଓ କେସିଆର ଛବିଙ୍କ ନାମ l ଏମାନେ କୁଆଡେ ସରକାରୀ ଅର୍ଥକୁ ହଡପ କରି କୋଠାବାଡି କରିଛନ୍ତି ଓ ବ୍ଲକ ଅନ୍ତେବାସୀଙ୍କୁ କୌଣସି ଉନ୍ନତି ମୁଳକ କାମ କରାଇ ନ ଦେବା ଏବଂ ସେହି ଅର୍ଥକୁ ବିଭିନ୍ନ ମିଥ୍ୟା ବିଲ କରି ଟଙ୍କା ଉଠାଇବା ଏପରି ଅଭିଯୋଗ ଆଣିଛନ୍ତି ମାଓ ବାଦୀ l ଏଣୁ ଆଗକୁ ସାବଧାନ ରୁହ l ବେଳ ଥାଉ ଥାଉ ସୁଧୁରି ଯାଅ ଏପରି ଲେଖାକୁ ଅଂଚଳ ବାସି ବିଶ୍ୱାସ କରିପାରୁନଥିବା ସହ ଭୟଭୀତ ଥିବା ଦେଖା ଦେଇଛି l ଏହା ସିପିଆଇ ବାଘୁନା ଡିଭିଜନ ମାଓ ପୋଷ୍ଟର ବୋଲି ଶେଷରେ ଲେଖା ଯାଇ ଥିବା ଦେଖା ଦେଇଛି l