ଜାତୀୟ ସ୍ତରରେ ଓଡିଶାର କଳା ପ୍ରଦର୍ଶୀତ……

ଅନୁସନ୍ଧାନ ଭାରତ(ବ୍ୟୁର): ଗୁଜରାଟର ଗାନ୍ଧୀନଗର ହେଲିପ୍ୟାଡ ପ୍ରଦର୍ଶନୀ ସେଣ୍ଟରରେ ବିସା ଇଣ୍ଟରନ୍ୟାସନାଲ ଓ ଆଇଭା ବିୟୁଟି ଏକାଡେମୀ ପକ୍ଷରୁ ଦୁଇଦିନିଆ ହେୟାର ଷ୍ଟାଇଲ ଓ ମେକାପ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ଏଥିରେ ଆନ୍ତର୍ଜାତୀୟ ଓ ଜାତୀୟ ସ୍ତରର ବହୁ ଖ୍ୟାତିସଂପନ୍ନ ହେୟାର ଷ୍ଟାଇଲିଷ୍ଟ ଓ ମେକାପ କଳାକାର ଯୋଗଦାନ କରିଥିଲେ l ସେମାନଙ୍କ ମଧ୍ୟରେ ରୁଷିଆର ଜର୍ଜ କିଟ୍ , ଭାରତର ରିଚା ଦେବ୍ ଓ ପାୟଲ ପଟେଲ ଥିଲେ l ସମଗ୍ର ଓଡ଼ିଶାରୁ ନିଶାସ୍ ସାଲୁନ ଓ ବିୟୁଟି ଏକାଡେମୀର ୨ ଜଣ ଟ୍ରେନର ହେୟାର ଷ୍ଟାଇଲିଷ୍ଟ ସୁଶ୍ରୀ ଗୋସ୍ବାମୀ ଓ ମେକାପ କଳାକାର ମଦିହା ଜମାଲ ଯୋଗଦେଇ ନିଜର ପ୍ରତିଭା ପ୍ରଦର୍ଶନ କରି ସମସ୍ତଙ୍କୁ ବିସ୍ମିତ କରି ଦେଇଥିଲେ l ଏହି ଅବସରରେ ଦୁଇ ଜଣଙ୍କୁ ସ°ସ୍ଥା ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା l ଆଜି ସେମାନେ ଫେରିବା ପରେ ନିଶାସ ସାଲୁନ ପକ୍ଷରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା l ଏଥିରେ ନିଶାସ ସାଲୁନର ମୁଖ୍ୟ ନିଶା ଅଲ୍ଲୀ ଯୋଗଦେଇ କରିଥିଲେ କଟକ ଓ ଭୁବନେଶ୍ୱରରେ ନିଶାସ ସାଲୁନ ଦୀର୍ଘ ୨୦ ବର୍ଷ ହେଲା କାମକରି ସମସ୍ତଙ୍କର ପ୍ରିୟ ଭାଜନ ହୋଇପାରିଛ l ଆଜି ଆମେ ଗର୍ବ ଅନୁଭବ କରୁଛୁ l ଆମର ଦୁଇଜଣ ଟ୍ରେନର ଜାତୀୟ ସ୍ତରରେ ନିଜର ସୁନାମ ଅର୍ଜନ କରିବା ସହ ଓଡ଼ିଶାର ଗୈାରବ ବଢାଇଛନ୍ତି l ସୁଶ୍ରୀ ଗୋସ୍ବାମୀ ଦିଲ୍ଲୀରେ ଦୁଇ ଦୁଇଥର ସ୍ବର୍ଣ୍ଣ ପଦକ ଜିତି ଆମ ସାଲୁନ ଓ ଏକାଡେମୀର ମର୍ଯ୍ୟାଦା ବଢାଇଛନ୍ତି l ସେମାନଙ୍କ ତତ୍ବାବଧାନରେ ଶିକ୍ଷା ଗ୍ରହଣ କରୁଥିବା ଆମ ଏକାଡେମୀର ଛାତ୍ରଛାତ୍ରୀ ଦେଶ ବିଦେଶରେ ନିଶ୍ଚୟ କୃତିତ୍ୱ ହାସଲ କରିବେ l ଏହା ସହିତ ବିୟୁଟିସିଆନ ମାନଙ୍କ ଦକ୍ଷତା ବିକାଶ ପାଇଁ ଟ୍ରେନିଙ୍ଗ କାର୍ଯ୍ୟକ୍ରମ ଓ ୨୦୧୨ରୁ ଜାତୀୟ ସ୍ତରୀୟ ପ୍ରତିଯୋଗିତା କରି ଆସୁଥିବା ଆଇଭା ଅନୁଷ୍ଠାନକୁ ଧନ୍ୟବାଦ ଜଣାଇ ଥିଲେ l