ପାରଳାଖେମୁଣ୍ଡିର ହାଇଟେକ ପ୍ଲାଜାରେ ମିଶ୍ରଣ ପର୍ବ ଅନୁଷ୍ଠିତ, ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ବିଜେଡିରେ ସାମିଲ…….

ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ଗଜପତି ଜିଲ୍ଲା ସ୍ଥିତ ବିଜୁ ଜନତା ଦଳର ରାମନଗର ହାଇଟେକ ପ୍ଲାଜାରେ ଥିବା ନିର୍ବାଚନ କାର୍ଜ୍ୟାଳୟରେ ମିଶ୍ରଣ ପର୍ବ ଆୟୋଜିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ନୂଆଗଡ ବ୍ଲକର ବିଜେପି ଓ କଂଗ୍ରେସ ଦଳରୁ ନବନିର୍ବାଚିତ ହୋଇଥିବା ସରପଞ୍ଚ, ସମିତି ସଭ୍ୟ ଓ ନୂଆଗଡ ବ୍ଲକ ଉପାଧ୍ୟକ୍ଷ ଯଥା ୧. ଶ୍ରୀମତୀ ତବତି ବେହେରା ଦଳାଇ (ସରପଞ୍ଚ ତାବରଡା ପଞ୍ଚାୟତ),୨. ଶ୍ରୀମତୀ ଅନ୍ନପୂର୍ଣା ପୂଜାରୀ (ସରପଞ୍ଚ କେରଡାଙ୍ଗ ପଞ୍ଚାୟତ), ୩. ସୁଶ୍ରୀ କନ୍ଧୁନୀ ବେହେରା (ସମିତି ସଭ୍ୟ କେରଡାଙ୍ଗ)୪. ଆଦିକନ୍ଦ ରଇତ ଟାଙ୍ଗିଳି ଗ୍ରାମପଞ୍ଚୟାତ, ୫. ଅଭିମିଏଲ ଗୋମାଙ୍ଗ ସରପଞ୍ଚ ଓ ୬. ନୂଆଗଡ ବ୍ଲକ ଉପାଧ୍ୟକ୍ଷ ଶ୍ରୀ ନିର୍ମିୟ ରଇତ, ନୂଆଗଡ ବ୍ଲକରୁ ଆସି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସୁଶାସନ ଏବଂ ଆଦର୍ଶରେ ଅନୁପ୍ରାଣିତ ହୋଇ ହାଇଟେକ ଅଧ୍ୟକ୍ଷ ଡ଼॰ ତିରୁପତି ପାଣିଗ୍ରାହୀଙ୍କ ନେତୃତ୍ବରେ ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ଯୋଗଦେଇଛନ୍ତି l

 

csp

ଏହି ଅବସରରେ ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଗବାରା ତିରୁପତି ରାଓ, ବରିଷ୍ଟ ନେତା ଏସ ଗଜପତି ରାଓ ଓ ନୂଆଗଡ ପୂର୍ବତନ ଜିଲ୍ଲା ପରିଷଦ ( ବିଜେଡ଼ି) ପ୍ରାଥୀ ଶ୍ରୀ ଯେମସ ରାଇକା ପ୍ରମୁଖ ଉପସ୍ଥିତ ଥିଲେ l