ମହିଳା ପୁଲିସ ଏସ୍ଆଇଙ୍କ ଆତ୍ମହତ୍ୟା ଘଟଣା: ଥାନାଧିକାରୀଙ୍କ ମାନସିକ ନିର୍ଯ୍ୟାତନା ସହିଁନ ପାରି ଆତ୍ମହତ୍ୟା କରିଥିବା ଅଭିଯୋଗ କଲେ ପରିବାର……

ଅନୁସନ୍ଧାନ ଭାରତ(ବ୍ୟୁର): ମହିଳା ପୁଲିସ ଏସ୍ଆଇ ସ୍ଵାଗତିକା ବେହେରାଙ୍କ ଆତ୍ମହତ୍ୟା । ଏଭଳି ଅଭାବନୀୟ ଘଟଣା କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ଥାନାରେ ଘଟିଛି l ସୁଚନା ଅନୁସାରେ ଆଜି ସକାଳେ ଘୁ.ଉଦୟଗିରି ଥାନାରେ କାର୍ଯ୍ୟରତ ପୁଲିସ୍ ଏସ୍ଆଇ ସ୍ୱାଗତିକା ବେହେରା ରହୁଥିବା ସରକାରୀ ବାସଭବନରେ ନିଜ ବେକରେ ଓଢ଼ଣୀ ଲଗେଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି l ସେପଟେ ମୃତ୍ୟୁର କାରଣ ଅସ୍ପଷ୍ଟ ରହି ଥିବା ବେଳେ ଥାନାଧିକାରୀଙ୍କ ମାନସିକ ନିର୍ଯ୍ୟାତନା ସହିଁନ ପାରି ଆତ୍ମହତ୍ୟା କରିଥିବା ଅଭିଯୋଗ କଲେ ପରିବାର ଲୋକ l ଖବରପାଇ ଘଟଣାସ୍ଥଳରେ ଆଇଆଇସି ରେବତୀ ଶବର, ଏସଡିପିଓ ଡି.ତିରୁପତି ରାଓ ପଟ୍ଟନାୟକ ଏବଂ ଅନ୍ୟ ପୁଲିସ୍ କର୍ମଚାରୀ ପହଞ୍ଚି ଝୁଲନ୍ତା ଅବସ୍ଥାରେ ମୃତ ମହିଳା ଏସ୍ଆଇଙ୍କ ଶବ ଉଦ୍ଧାର କରିବା ସହ ବ୍ୟବଛେଦ ନିମନ୍ତେ ଘୁ.ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଛନ୍ତି l ମହିଳା ପୁଲିସ୍ ଏସ୍ଆଇ ଆତ୍ମହତ୍ୟାର କାରଣ ସନ୍ଦେହ ଘେରରେ ରହିଛି l ଅନ୍ୟପଟେ ମହିଳା ପୁଲିସ ଏସ୍ଆଇଙ୍କ ଆତ୍ମହତ୍ୟା ଘଟଣା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି l ମୃତ ଏସଆଇ ଖୋର୍ଦ୍ଧା ଜିଲ୍ଲାର ନିରାକାରପୁର ବୋଲି ସୂଚନା ରହିଛି l ଅତ୍ୟଧିକ କାର୍ଯ୍ୟଭାର ଯୋଗୁଁ ଏପରି ଦୁର୍ଘଟଣା ଘଟିଥିବା ସାଧାରଣ ରେ ଚର୍ଚ୍ଚା ହେଉଛି l ଏସ୍ଆଇ ସ୍ଵାଗତିକା ବେହେରାଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଉଚସ୍ଥରିୟ ତଦନ୍ତ ଦାବୀ କରି ନ୍ୟାୟ ଦାବୀ କରିଛନ୍ତି ପରିବାର l ଯଦି ନିଜ ସହକର୍ମୀଙ୍କ ପ୍ରତି ଥାନାଧିକାରୀଙ୍କ ଏପରି