ଅନୁସନ୍ଧାନ ଭାରତ(ବ୍ୟୁର): ରାଜ୍ୟରେ ଦିନକୁ ଦିନ ଅପରାଧିକ ମାମଲା ବଢ଼ିଚାଲିଛି l ଏହାସହ ବର୍ଦ୍ଧିତ ଜନସଂଖ୍ୟା ଓ ପ୍ରଶାସନିକ ଆବଶ୍ୟକତା ଦୃଷ୍ଟିରୁ ରାଜ୍ୟରେ ଆଉ ୩୬ଟି ନୂତନ ଥାନା ଖୋଲିବାକୁ ଅନୁମୋଦନ କରିଛନ୍ତି ରାଜ୍ୟ ସରକାର l ଏହି ତାଲିକାରେ କଳାହାଣ୍ଡି ଜିଲ୍ଲାର କଲମପୁର ଓ କର୍ଲାପାଟ ଥାନା ରହିଛି l ଏହି ଦୁଇଟି ସ୍ଥାନରେ ଥାନା ଖୋଲିବା ଜରୁରୀ ଥିଲା ଏବଂ ଏଥିପାଇଁ ରାଜ୍ୟ ସରକାର ଧନ୍ୟବାଦର ପାତ୍ର l ତେବେ ନର୍ଲା ନିର୍ବାଚନ ମଣ୍ଡଳୀର ରିଷିଡା କିମ୍ବା କର୍ଲାମୁଣ୍ଡାରେ ମଧ୍ୟ ଗୋଟିଏ ଥାନା ଖୋଲିବ ବୋଲି ଆଶା ରଖିଥିଲେ ଅଂଚଳବାସୀ l କିନ୍ତୁ ସେମାନଙ୍କ ଆଶା ନିରାଶାରେ ପରିଣତ ହୋଇଛି l କର୍ଲାମୁଣ୍ଡା ଓ ମଦନପୁର ରାମପୁର ବ୍ଲକ ପାଇଁ ମ.ରାମପୁରରେ ଗୋଟିଏ ଥାନା ରହିଥିବାରୁ ପୁଲିସକୁ ଅପରାଧିକ ମାମଲା ରୋକିବା ପାଇଁ ବହୁ ସମସ୍ୟା ସୃଷ୍ଟି ହେଉଛି l ତେଣୁ ଦୀର୍ଘ ବର୍ଷରୁ କର୍ଲାମୁଣ୍ଡା କିମ୍ବା ରିଷିଡା ଠାରେ ନୂତନ ଥାନା ଖୋଲିବା ପାଇଁ ଦାବି ହୋଇ ଆସୁଛି l ତେବେ ସ୍ଥାନୀୟ ବିଧାୟକ ଓ କଳାହାଣ୍ଡି ଲୋକସଭା ସାଂସଦ ହଜାର ହଜାର ଜନସାଧାରଣଙ୍କ ଏହି ସମସ୍ୟାକୁ ଅଣଦେଖା କରୁଥିବାରୁ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି l ତେଣୁ ରାଜ୍ୟ ସରକାର ରିଷିଡା କିମ୍ବା କର୍ଲାମୁଣ୍ଡାରେ ଏକ ଥାନା ଖୋଲିବା ଉପରେ ପୁନଃ ବିଚାର କରି କାର୍ଯ୍ୟକାରୀ କରିବା ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଇଛି l ସେହିପରି କର୍ଲ।ମୁଣ୍ଡା ବ୍ଲକର ଯୋରାଡ଼ବରା ଛକ ଦିନ ଜନଗହଳି ହେଉଥିବାରୁ ଦୀର୍ଘଦିନ ହେଲା ଲୋକେ ଡକାୟତି ଲୁଟ ର ଶିକାର ହେଉଛନ୍ତି l ଦୀର୍ଘଦିନ ଧରି ଏହି ଅଂଚଳ ବାସୀ ଏଥିରେ ଏକ ଫାଣ୍ଡି ସ୍ଥାପନ ପାଇଁ ଆବେଦନ କରିଥିଲେ ମଧ୍ୟ ତାହାର ସୁଫଳ ମିଳିପାରିନାହିଁ l ଏମିତି କି ପଲମ ଫାଣ୍ଡିକୁ ଥାନା ଘୋଷଣା ନେଇ ମଧ୍ୟ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିଲେ ବି ନର୍ଲା ବ୍ଲକର ଏହି ଉପାନ୍ତ ଅଂଚଳ ଉପେକ୍ଷିତ ହୋଇ ରହିଥିବା ସାଧାରଣରେ ଚର୍ଚ୍ଚା ହେଉଛି l