କନ୍ଧମାଳ ନ୍ୟାୟ, ଶାନ୍ତି ଓ ସଦବାଭନା ସମାଜର ପକ୍ଷରୁ ରାଲି ଓ ସାଧାରଣ ସଭା ଅନୁଷ୍ଠିତ…..

ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୮ ଦଫା ସମ୍ମିଳିତ ଦାବିପତ୍ର ପ୍ରଦାନ...

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲାର ସଦର ମହକୁମା ଫୁଲବାଣୀ ସ୍ଥିତ କରନେସନ ପଡିଆ ଠାରେ ସଭାପତି ପ୍ରସନ୍ନ ବିଷୋୟୀ ଓ ଅଭୟ ସୁନ୍ଦର ବନମାଳି ଦିଗାଲଙ୍କ ନେତୃତ୍ୱରେ ଶାନ୍ତି ଓ ସଦବାଭନା ସମାଜ, କନ୍ଧମାଳର ପକ୍ଷରୁ ଏକ ବିରାଟ ରାଲି ଓ ସାଧାରଣ ସଭା ଅନୁଷ୍ଠିତ ହୋଇ ଯାଇଛି l ସର୍ଵ ପ୍ରଥମେ ଶାନ୍ତି ପୂର୍ଣ୍ଣ ଭାବରେ ଏହି ରାଲି ମାଦିକୁନ୍ଦା ଛକରୁ ବାହାରି କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୂଖରେ ପହଞ୍ଚି ଏକ ୮ ଦଫା ସମ୍ମିଳିତ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି l ଦାବିପତ୍ରରେ ଉଲ୍ଲେଖ ରହି ଥିବା ଦାବୀ ଗୁଡିକ ହେଲା ପୀଡ଼ିତକମାନଙ୍କୁ ନ୍ୟାୟ ଓ ଥଇଥାନ ନିଶ୍ଚିତକରଣ ନିମନ୍ତେ ବନ୍ଦ କରାଯାଇଥିବା ୩୧୫ ଟି କେସ୍‌ଗୁଡ଼ିକୁ ସୁପ୍ରିମ୍‌ କୋର୍ଟର ରାୟ ଅନୁସାରେ ପୁନର୍ବିବାର କରାଯିବା,୨୦୦୮ ହିଂସା ପୀଡ଼ିତ ପରିବାର ଗୁଡ଼ିକ ଆଜି ସୁଦ୍ଧା ଯେଉଁ ଆର୍ଥିକ ସାହାର୍ଯ୍ୟ ଦିଆଯାଇଛି, ତାହା ସମୁଦ୍ରକୁ ଶଙ୍ଖ ପରି ଅତି ନଗଣ୍ୟ l ଘର ଓ ସଂପତ୍ତି କ୍ଷତିର ପରିମାଣ ଅତିପ୍ରଚୁର, ତେଣୁ ପୀଡ଼ିତ ପରିବାରକୁ ଯଥେଷ୍ଟ ପରିମାଣରେ ସାହାଯ୍ୟ ପ୍ରଦାନ କରିବା, ପାର୍ବତ୍ୟାଞ୍ଚଳରେ ବାସ କରୁଥିବା ଦଳିତ ଓ ସଂଖ୍ୟାଲଘୁମାନଙ୍କୁ ଲିଜ ଜମି ଦିଆଯିବାର ବ୍ୟବସ୍ଥା କରାଯିବା, ଓଡ଼ିଶା ରାଜ୍ୟ ସଂଖ୍ୟାଲଘୁ ଆୟୋଗ ଏବଂ ସଂଖ୍ୟା ଲଘୁଙ୍କ ବିଚାର ପାଇଁ ଆର୍ଥିକ ନିଗମ ସ୍ଥାପନ ଇତ୍ୟାଦି ପାଇଁ ଦାବୀ ଉଠିଛି l ଏହା ସହ କେନ୍ଦ୍ର ସରକାର ଏଥି ସକାଶେ ଦୃଢ଼ ପଦକ୍ଷେପ ନିଅନ୍ତୁ ଏବଂ ରାଜ୍ୟ ସରକାରଙ୍କୁ ଏହି ବିଷୟରେ ନିର୍ଦ୍ଦେଶ ଦେବା l କନ୍ଧମାଳର ୨୫ ପ୍ରତିଶତରୁ ଉର୍ଦ୍ଧ୍ବ ସଂଖ୍ୟାଲଘୁ ସଂପ୍ରଦାୟ ଥିବା ବ୍ଲକ ଗୁଡ଼ିକୁ ଯଥା ତୁମୁଡ଼ିବନ୍ଧ, ବାଲିଗୁଡ଼ା, ନୂଆଗାଁକୁ ସଂଖ୍ୟାଲଘୁ ବ୍ଲକ୍‌ର ମାନ୍ୟତା ପ୍ରଦାନ, ଆଦିବାସୀ ଖ୍ରୀଷ୍ଟିୟାନ୍‌ମାନଙ୍କ ପ୍ରତି ରହିଥିବା ସଂରକ୍ଷଣ ବ୍ୟବସ୍ଥାକୁ ଅବ୍ୟାହତ କରାଯାଉ l ପ୍ରଧାନମନ୍ତ୍ରୀଙ୍କ ପନ୍ଦର ସୁତ୍ରୀ କାର୍ଯ୍ୟକ୍ରମ ଓ ଏମ୍.ଏସ୍.ଡିପି କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରାଯାଉ l ଧାର୍ମୀକ ଅସହିଷ୍ଣୁତା ଓ ଆକ୍ଷେପକୁ ଦୃଢ଼ ନିନ୍ଦା କରି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନିଆଯାଉ ବୋଲି ଦାବୀ ପୂରଣ ପାଇଁ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି l ପରେ କରୋନେସନ ପଡିଆ ଠାରେ ସର୍ବ ସାଧାରଣ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବରେ ଅଶୋକ କୁମାର ପାଣ୍ଡେ ଯୋଗ ଦେଇଥିବା ବେଳେ ସାଂମ୍ମାନୀତ ଅତିଥି ଭାବ ପ୍ରଫେସର ଲକ୍ଷ୍ମଣ ୟାଦବ, ଅଭିରାମ ମଲିକ, ଅମୀୟ ପାଣ୍ଡେ, ପୂର୍ବତନ ବିଧାୟକ ଦୁଗୁନି କଁହର, ବିଶୋପ ଦିଲୀପ ବଳ, ସଂଗ୍ରାମ ମଲିକ, ଅନିଲ ମଲିକ, ଲୁଧିଆ ଦିଗାଲ ଓ ଜାଗ୍ରତ କନ୍ଧମାଳର ପ୍ରତିଷ୍ଠାତା ତଥା ବରିଷ୍ଠ ଆଇନଜୀବୀ ସତ୍ୟ ନାରାୟଣ ବେହେରା ପ୍ରମୁଖ ମଞ୍ଚାସିନ ଥିଲେ l ଆଇନଜୀବୀ ଶ୍ରୀ ବେହେରା ଜାତି ଧର୍ମ ନିର୍ବିଶେଷରେ ସମସ୍ତ ମନୁଷ୍ୟ ସମାଜରେ ଏକ ଅଟନ୍ତି, ସେ ଦୃଷ୍ଟିରୁ ଆମେ ସମସ୍ତେ ଶାନ୍ତି ଶୃଙ୍ଖଳାର ସହ ଭାଇଚାରା ଭାବ ମନରେ ସୃଷ୍ଟି କରି ବଞ୍ଚିବା ଆବଶ୍ୟକ ବୋଲି ବକ୍ତବ୍ୟ ରଖିଥିଲେ l