ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ସହରର ହାର୍ଟ୍ ଅଫ ସିଟି କୁହାଯାଉଥିବା ବଡସାହିରୁ ଦୁଇଦିନ ତଳେ ଚୋରୀ ହୋଇଥିବା ଅଟୋକୁ ଆଜି ଘୁ.ଉଦୟଗିରି ପୁଲିସ ଆଡାସିକୁପା ନିକଟସ୍ଥ ବେଲକଟିରୁ ଉଦ୍ଧାର କରିଥିବା ଜଣାପଡିଛି l ବିବରଣୀରୁ ପ୍ରକାଶଯେ ଗତ ୨୧ ତାରିଖରେ ଫୁଲବାଣୀର ସାମନ୍ତ କୁମାର ବେହେରା (୨୭) ନିଜ ଅଟୋ ନଂ (ଓଡି-୧୨ସି-୪୫୯୭) ଧରି ଘୁ.ଉଦୟଗିରି ବଡସାହି ସ୍ଥିତ ଭିଣୋଇ ଜିତେନ୍ଦ୍ର ବେହେରା (୩୫)ଙ୍କ ଘରକୁ କୁଣିଆ ଆସିଥିଲେ l ଭିଣୋଇ ଜିତେନ୍ଦ୍ରଙ୍କ ଘର ଆଗରେ ଅଟୋ ରଖି ରାତ୍ରୀ ରହଣି କରିଥିଲେ। l ହେଲେ ରାତ୍ର ପ୍ରାୟ ୧୨.୪୫ ସମୟରେ ସାମନ୍ତ ଗାଡି ସେଠାରୁ ଚୋରି ହୋଇଯାଇଥିବା ଜାଣିପାରିଥିଲେ l ପରେ ସ୍ଥାନୀୟ ଥାନାରେ ଚୋରୀ ହୋଇଯାଇଥିବା ନେଇ ଏକ ଲିଖିତ ଅଭିଯୋଗ କରିଥିଲେ l ସାମନ୍ତଙ୍କ ଅଭିଯୋଗକୁ ଭିତିକରି ପୁଲିସ ୧୨୬/୨୨ରେ ଏକ ମାଭଲା ରୁଜୁ କରି ତଦନ୍ତ ଜାରୀ ରଖିଥିବା ବେଳେ ଆଜି ଆଡାସିକୁପା ସ୍ଥିତ ବେଲକଟିରୁ ଅଟୋକୁ ଉଦ୍ଧାର କରିଥିଲେ l ଉକ୍ତ ଚୋରୀରେ ସମ୍ପୃକ୍ତ ଥିବା ନେଇ ୪ ଜଣ ନାବାଳକକୁ ଗିରଫ କରିଯାଇଥିବା ବେଳେ ପୁଲିସ ନିଜ ହେପାଜତରେ ସେହି ଚାରି ଜଣ ନାବାଳକକୁ ଛଡାଯାଇଥିବା ନେଇ ଥାନା ଅଧିକାରିଣୀ ରେବତି ଶବର ସୂଚନା ଦେଇଛନ୍ତି l ଥାନା ଠାରୁ ମାତ୍ରକ କିଛି ମିଟର ଦୁର ହାର୍ଟ୍ ଅଫ ସିଟିରୁ ସ୍ଥାନୀୟ ପୁଲିସକୁ ଚ୍ୟାଲେଂଜ୍ ଦେଇ ଚାରି ନାବଳକ ଅଟୋ ଚୋରୀ କରିବା ପୁଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଠିକରିଛି l ଏହି ଘଟଣାରୁ ସହର ବାସୀଙ୍କ ଧନ ଓ ଜୀବନର ସୁରକ୍ଷା ପାଇଁ ସ୍ଥାନୀୟ ପୁଲିସ ପକ୍ଷର ପ୍ରକାଶ ପାଉ ଥିବା ତତ୍ପରତା ଜଳଜଳ ହୋଇ ଦେଖା ଯାଉଛି ବୋଲି ସହର ବାସି ମତପ୍ରକାଶ କରିଛନ୍ତି l ତେଣୁ ସ୍ଥାନୀୟ ପୁଲିସର କାମ କେବଳ ହେଲମେଟ ଯାଂଚରେ ସିମିତ ନ ରହି ଅପରାଧ ନିୟନ୍ତ୍ରଣ ପାଇଁ ଉଦ୍ୟମ ହେବା ଦରକାର ବୋଲି ଅଂଚଳ ବାସୀ ପ୍ରତିକ୍ରିୟା ଦେଇଛନ୍ତି l