ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଟିକାବାଲି ବ୍ଲକ ଗଡଗୁଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ରୁଦାଙ୍ଗିଆ ଗ୍ରାମର ଚୁନୁ ଦିଗାଳଙ୍କ ସ୍ତ୍ରୀ ସୂଦୀପ୍ତା ନାୟକ ନାମକ ଜଣେ ମହିଳାଙ୍କ ଗାଧୋଇବା ସମୟରେ ନିଜର ଅସାବଧାନତା ଯୋଗୁଁ କୁଅଁରେ ପଡି ମୃତ୍ୟୁ ଘଟିଛି l ବର୍ତମାନ ଗାଁ ଲୋକ ଧାନ ଚାଷ କାମରେ ନିଜ ନିଜ ବିଲରେ ବ୍ୟସ୍ତ ଥିବା ବେଳେ ଉକ୍ତ ମହିଳା ଜଣକ କୁଅଁ ପଡ଼ି ଯାଇ ଥିଲେ l ହେଲେ ମହିଳାଙ୍କୁ ଗାଁ ଲୋକ ଉଦ୍ଧାର କରି ପାରିନଥିଲେ l କିଛି ସମୟ ପରେ ଗାଁ ଲୋକ ସେଠାରେ ପହଂଚି ଅଗ୍ନିଶମ ବିଭାଗ ଏବଂ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ l ଖବର ପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଂଚି କୁଅଁରୁ ସୂଦୀପ୍ତା ନାୟକଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଥିଲେ l କିନ୍ତୁ ସେଠାରେ ଡାକ୍ତର ପ୍ରିୟବ୍ରତ ପାଣିଗ୍ରାହୀ ସୂଦୀପ୍ତା ନାୟକଙ୍କୁ ମୃତ ଘୋଷଣା କରିଥିଲେ l ମୃତ ସୂଦୀପ୍ତାଙ୍କ ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛି l ରୁଦାଙ୍ଗିଆ ବାସୀ ମୃତ ସୂଦୀପ୍ତା ନାୟକଙ୍କ ମର ଶରୀର ଅନ୍ତିମ ସଂସ୍କାର ନିମନ୍ତେ ତାଙ୍କ ଗାଁ କୁ ନେଇଯାଇ ଥିବା ସୂଚନା ମିଳିଛି l ଏନେଇ ଥାନାରେ କୌଣସି ମାମଲା ରୁଜୁ ହୋଇନାହିଁ l