ଅନୁସନ୍ଧାନ ଭାରତ(ବ୍ୟୁର): ସ୍ଥାନୀୟ ଉତ୍କଳହିତୈଷିଣୀ ସମାଜ ସଭାଗୃହରେ ଓଡ଼ିଶା ସାହିତ୍ୟ ଏକାଡେମୀ ଆନୁକୁଲ୍ୟରେ ପଣ୍ଡିତ ଗୋପୀନାଥ ନନ୍ଦ ଶର୍ମାଙ୍କ ୧୫୪ତମ ଜନ୍ମ ଜୟନ୍ତୀ ପାଳନ ହୋଇସାରିଛି l ଏକାଡେମୀର ଜିଲ୍ଲା ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ସଭା ମୁଖ୍ୟ ଭାବେ ଯୋଗଦେଇଥିଲେ l
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଏବଂ ଭଞ୍ଜବିହାର ସ୍ଥିତ ବିଶ୍ୱବିଦ୍ୟାଳୟର ସାହିତ୍ୟ ଏକାଡେମୀ ସଦସ୍ୟ ପ୍ରଫେସର ଡ.ପ୍ରସନ୍ନକୁମାର ସ୍ୱାଇଁ ମୁଖ୍ୟ ଅତିଥି, ଉପାନ୍ତ୍ ପ୍ରହରୀ ଐତିହାସିକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟବକ୍ତl, ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା ସମ୍ମାନୀତ ବକ୍ତାଭାବେ ଯୋଗଦାନ କରି ଭାଷା ବିଜ୍ଞାନୀ ପଣ୍ଡିତ ନନ୍ଦଙ୍କ ବହୁମୁଖି ପ୍ରତିଭା ସମ୍ପର୍କରେ ଚୟନ କରିଥିଲେ l ସ୍ଵାଗତ ସମ୍ଭାଷଣ ଏବଂ ପରିଚୟ ପ୍ରଦାନ ଡ.କଲ୍ୟାଣୀ ମିଶ୍ର ଦେଇଥିବା ବେଳେ ସ୍ନିଗ୍ଧା ମିଶ୍ର ଧନ୍ୟବାଦ ଦେଇଥିଲେ l ଏହି ଅବସରେ ପ୍ରାରମ୍ଭିକ ସଙ୍ଗୀତ ଭକ୍ତିସଂଗୀତ ସଂସଦର ଶିଳ୍ପୀମାନେ ଗାନ କରିଥିଲେ ଏବଂ ଶ୍ରୀଜଗନ୍ନଥ ଓଡ଼ିଶୀ କଳକେନ୍ଦ୍ର ଦ୍ଵାର ଓଡ଼ିଶୀ ଓ ମାହାରୀ ନୃତ୍ୟ ପରିବେଷଣ କରାଯାଇ ଥିଲା l ଅରୁପାଞ୍ଜଳି ମହାନ୍ତି, ଡି.ପ୍ରିୟଙ୍କା, ନିତ୍ୟାନନ୍ଦ ଚୌଧୁରୀ, ମୂରଲୀଧର ପରିଛା, ବିଷ୍ଣୁ ଚରଣ ପଣ୍ଡା, ତ୍ରିପତି ପ୍ରସାଦ ପଣ୍ଡା, ଭାରତ ଭୂଷଣ ମହାନ୍ତି, ନରସିଂହ ଗୌଡ ପ୍ରଭୃତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l