ଗଜପତି ଜିଲ୍ଲା ପୁଲିସ ପକ୍ଷରୁ ବରିଷ୍ଠ ନାଗରିକ, ପୁଲିସ କର୍ମଚାରୀଙ୍କ ପାଇଁ ମେଗା ସ୍ୱାସ୍ଥ୍ୟ ଶିବିର ଓ ଶିଶୁମାନଙ୍କ ପାଇଁ ଶିଶୁ ଉଦ୍ୟାନ ପାର୍କ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ….
ଅନୁସନ୍ଧାନ ଭାରତ(ବ୍ୟୁର): ପାରଳାଖେମୁଣ୍ଡି ସ୍ଥିତ ମଡେଲ ପୁଲିସ ଥାନା ପରିସରରେ ଆଜି ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ବରିଷ୍ଠ ନାଗରିକ ଓ ପୁଲିସ କର୍ମଚାରୀଙ୍କ ପାଇଁ ଏକ ମେଗା ସ୍ୱାସ୍ଥ୍ୟ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ଥାନା ପରିସରରେ ବରିଷ୍ଠ ନାଗରିକମାନଙ୍କୁ ପରିଚୟ ପତ୍ର ବଣ୍ଟନ ଏବଂ ଶିଶୁ ବନ୍ଧୁତ୍ୱ ପୁଲିସ କକ୍ଷ ଓ ଶିଶୁ ଉଦ୍ୟାନ ପାର୍କ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ ମେଗା ସ୍ୱାସ୍ଥ୍ୟ ଶିବିରରେ ପଡୋଶୀ ଆନ୍ଧ୍ରର ଶ୍ରୀକାକୁଲମ ସ୍ଥିତ ଜେମସ୍ ହସପିଟାଲର କାର୍ଡିଓଲୋଜି, ଅସ୍ଥିଶଲ୍ୟ, ଔଷଧ, ସ୍ତ୍ରୀ ଓ ପ୍ରସୂତି , ନେଫ୍ରୋଲୋଜି କିଡନୀ, ଚକ୍ଷୁ ଏବଂ ଇଣ୍ଟେର୍ଣ ପ୍ରଭୃତି ବିଭାଗର ବିଶେଷଜ୍ଞ ଡାକ୍ତରମାନେ ଆସି ପ୍ରାୟ ୩୦୦ ଜଣ ବରିଷ୍ଠ ନାଗରିକଙ୍କ ସମେତ ପୁଲିସ ଅଧିକାରୀ, କନେଷ୍ଟବଳ, ହୋମଗାର୍ଡ ଏବଂ ସେମାନଙ୍କ ପରିବାରଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ l ଏହି ସ୍ୱାସ୍ଥ୍ୟ ଶିବିରରେ ଶ୍ରୀକାକୁଲମ ସ୍ଥିତ ଜେମସ ହସପିଟାଲର ଜନ ସମ୍ପର୍କ ଅଧିକାରୀ ଶ୍ରୀ ସେଗଦାନା ଅନିଲଙ୍କ ପରିଚାଳନାରେ ଜେମସ ହସପିଟାଲର ବିଶେଷଜ୍ଞ ଡାକ୍ତର ଯଥା:- କାର୍ଡିଓଲୋଜୀ (ହାର୍ଟ) ଡ଼ାଃ ବିଜୟ କୁମାର, ଅସ୍ଥିଶଲ୍ୟ ଡ଼ାଃ ସନ୍ତୋଷ ବାବୁ , ସାଧାରଣ ଔଷଧ ଡ଼ାଃ ପାନାଜେ ସାଇ, ଗାଇନିକ ଡ଼ାଃ ଝାନସି, ନେ କିଡନୀ ଡ଼ାଃ ୟୋଗାନନ୍ଦ, ଚକ୍ଷୁ ଡ଼ାଃ ଦୀପିକା, ଇଣ୍ଟେର୍ଣ ଡ଼ାଃ ଶ୍ରିଜା ଏବଂ ଡ଼ାଃ ଅଭିରାମ ପ୍ରମୁଖଙ୍କ ସମେତ ବହୁ ସଂଖ୍ୟାରେ ସେମାନଙ୍କ ସହଯୋଗୀ କର୍ମଚାରୀ ଯୋଗଦେଇ ସେମାନଙ୍କ ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ସଂପାଦନ କରିଥିଲେ। l 

ଏହି ଶିବିରରେ ସେମାନଙ୍କ ରକ୍ତଚାପ, ସୁଗାର, ପଲସ, ଇସିଜି ଓ ଇକୋ ପ୍ରଭୃତି ଯାଞ୍ଚ ପରୀକ୍ଷା କରା ଯାଇଥିଲା l ସେହିଭଳି ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ମଡେଲ ଥାନା ପରିସରରେ ବିଭିନ୍ନ ଶିଶୁ ଉପକରଣ ସହ ନବ ଉନ୍ନତ ହୋଇଥିବା ଏକ ଶିଶୁ ବନ୍ଧୁତ୍ୱ ପୁଲିସ କକ୍ଷ ଏବଂ ଶିଶୁମାନଙ୍କ ମନୋରଞ୍ଜନ ପାଇଁ ଶିଶୁ ଉଦ୍ୟାନ ପାର୍କ ମଧ୍ୟ ଉଦଘାଟନ ହୋଇଥିଲା l ଏହାକୁ ଏସପି ଶ୍ରୀ ଜୟରାମ ଶତପଥି ଏବଂ ପାରଳା ପୌରଧ୍ୟକ୍ଷକ୍ଷ ଶ୍ରୀମତୀ ନିର୍ମଳା ସେଠୀ ମିଳିତ ଭାବେ ଉଦଘାଟନ କରିଥିଲେ l ପରେ ପାରଳା ସହରର ବରିଷ୍ଠ ନାଗରିକ ମାନଙ୍କୁ ପୁଲିସ ପ୍ରଶାସନ ପକ୍ଷରୁ ଏସପି ଶ୍ରୀ ଜୟରାମ ଶତପଥି , ପାରଳା ପୌରଧ୍ୟାକ୍ଷା ଶ୍ରୀମତି ନିର୍ମଳା ସେଠୀ , ଏଏସପି ଶ୍ରୀ ବାମଦେବ ସିଂହ , ଏସଡିପିଓ ଶ୍ରୀ ରାମକୃଷ୍ଣ ପତି, ଡିସିପିୟୁ ଶ୍ରୀ ଅରୁଣ କୁମାର ତ୍ରିପାଠୀ ଏବଂ ଆଦର୍ଶ ଥାନାଧିକାରୀ ଶ୍ରୀ ବିବେକାନନ୍ଦ ସ୍ୱାଇଁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବରିଷ୍ଠ ନାଗରିକମାନଙ୍କୁ ସେମାନଙ୍କ ପରିଚୟ ପତ୍ର ବଣ୍ଟନ କରିଥିଲେ l ଏସପି ଶ୍ରୀ ଜୟରାମ ଶତପଥି ଏସଂପର୍କରେ ସୂଚନା ଦେଇ କହିଥିଲେ ଯେ, ବରିଷ୍ଠ ନାଗରିକମାନଙ୍କ ପାଇଁ ଆଦର୍ଶ ପୁଲିସ ଥାନା ପକ୍ଷରୁ ଏକ ନମ୍ବର ଦିଆହୋଇଛି , ଯେ କୌଣସି ଅସୁବିଧା କି ସମସ୍ୟା କ୍ଷେତ୍ରରେ ସେମାନେ ପୁଲିସକୁ ସେହି ନମ୍ବରରେ ଫୋନ୍ କଲେ ସେହି କଲ ଫୋନକୁ ଜଣେ ଅଧିକାରୀ ରିସିଭ କରି ପଚାରି ବୁଝିବେ ଏବଂ ସମସ୍ୟାର ସମାଧାନ ଦିଗରେ ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି କହିଥିଲେ l ଶେଷରେ, ମେଗା ସ୍ୱାସ୍ଥ୍ୟ ଶିବିରକୁ ଆସି ନିଜକାର୍ଯ୍ୟ ସୁଚାରୁ ରୂପେ ସଂପାଦନ କରିଥିବା ଯୋଗୁଁ ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ସମସ୍ତ ବିଶେଷଜ୍ଞ ଡାକ୍ତରମାନଙ୍କୁ ଏସପି ଶ୍ରୀ ଜୟରାମ ଶତପଥି ଉପଢ଼ୌକନ ଦେଇ ସମ୍ମାନିତ କରିଥିଲେ l ସମସ୍ତ କାର୍ଯ୍ୟକ୍ରମ ଆଦର୍ଶ ଥାନାଧିକାରୀ ଶ୍ରୀ ବିବେକା ନନ୍ଦ ସ୍ବାଇଁଙ୍କ ନେତୃତ୍ୱରେ ପରିଚାଳିତ ହୋଇଥିବା ବେଳେ ଅନ୍ୟାନ୍ୟ ପୁଲିସ ଅଧିକାରୀ, କନଷ୍ଟବଲ ଓ ହୋମଗାର୍ଡମାନେ ସହଯୋଗ କରିଥିଲେ l