ବାଲିଗୁଡା ଉପଖଣ୍ଡ ଟେଣ୍ଟ ଲାଇଟ ସାଉଣ୍ଡ ମାଲିକ ସଂଘର କାର୍ଯ୍ୟକର୍ତ୍ତା ଚୟନ ରାଜ କିଶୋର ସଭାପତି ପ୍ରମୋଦ ସମ୍ପାଦକ ଭାବେ ମନୋନିତ….
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ପରିସର ମଧ୍ୟରେ ଆବାହକ ରଂଜିତ କୁମାର ମହାନ୍ତିଙ୍କ ଆହ୍ୱାନ କ୍ରମେ ବାଲିଗୁଡା ଉପ ଖଣ୍ଡସ୍ତରରେ ଟେଣ୍ଟ ଲାଇଟ ସାଉଣ୍ଡ ମାଲିକ ସଂଘ ଗଠନ କରାଯାଇଛି l ସର୍ବ ସମ୍ମତି କ୍ରମେ ସଭାପତି ଭାବେ ଶ୍ରୀ ରାଜ କିଶୋର ପଣ୍ଡା, ଉପ ସଭାପତି ଭାବେ ଶ୍ରୀ ଅଶ୍ଵିନୀ କୁମାର ସାହୁ, ସମ୍ପାଦକ ଭାବେ ଶ୍ରୀ ପ୍ରମୋଦ କୁମାର ଦଣ୍ଡସେନା, ସହ ସମ୍ପାଦକ ଭାବେ ଶ୍ରୀ ଅଭୟ ମହାରଣା, କୋଷାଧକ୍ଷ ଭାବେ ଶ୍ରୀ ରଞ୍ଜିତ କୁମାର ମହାନ୍ତି, ସହ କୋଷାଧକ୍ଷ ଭାବେ ଶ୍ରୀ ସନ୍ତୋଷ ପଣ୍ଡା ଏବଂ ସଂଗଠନର ଉପଦେଷ୍ଠା ଭାବେ ଶ୍ରୀ ରାମ ଚନ୍ଦ୍ର ପ୍ରଧାନ, ଶ୍ରୀ ଜୟକୃଷ୍ଣ ମିଶ୍ର, ଶ୍ରୀ ଅଙ୍ଗଦ ଦଳେଇଙ୍କୁ ଚୟନ କରାଯାଇଥିବା ବେଳେ କାର୍ଯ୍ୟକାରୀ ସଦସ୍ୟ ଭାବେ ହରେକୃଷ୍ଣ ଦଳାଇ ଆସ୍ତିକ ଡିଗାଲ, ରିପୁ ଚନ୍ଦ୍ର ମଲ୍ଲିକ, ଗଙ୍ଗାଧର ଖଟୁଆ, ଦୁର୍ଗାଶଙ୍କର ପାତ୍ର, ରତିକାନ୍ତ ନାୟକ, ଚୈତନ୍ୟ ବେହେରାଙ୍କୁ ସର୍ବ ସମ୍ମତି କ୍ରମରେ ଚୟନ କରାଯାଇ କାର୍ଯ୍ୟଭାର ଅର୍ପଣ କରାଯାଇଛି l ସଂଗଠନକୁ କିଭଳି ମଜଭୁତ କରାଯିବ ଏବଂ ଟେଣ୍ଡ ଲାଇଟ ସାଉଣ୍ଡ ମାଲିକ ସଂଘର ସୁବିଧା ଅସୁବିଧାରେ ସଂଘ କିଭଳି ସଦସ୍ୟମାନଙ୍କ ନିକଟରେ ପହଂଚି ପାରିବ ସେନେଇ ଆଲୋଚନା ହୋଇ ଥିଲା l ସଭାପତି ରାଜ କିଶୋର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ l