ବ୍ଲକ କଳା ସଂସ୍କୃତି ସଂଘ ପକ୍ଷରୁ ବାଲିଗୁଡା ବିଡ଼ିଓ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ବାଲିଗୁଡା……

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ବ୍ଲକ କଳାସଂସ୍କୃତି ସଂଘର ଉପ-ସଭାପତି ପ୍ରମୋଦ କୁମାର ଦଣ୍ଡସେନାଙ୍କ ନେତୃତ୍ୱରେ ବାଲିଗୁଡା ବିଡ଼ିଓ ତଥା ବ୍ଲକ କଳା ସଂସ୍କୃତି ସଂଘର ସଭାପତି ଶଶାଙ୍କ ଶେଖର ପାତ୍ରଙ୍କୁ ଫୁଲ ତୋଡ଼ା ଉପଢ଼ୋକନ ଦେଇ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି l ବାଲିଗୁଡା ବ୍ଲକରେ କଳା ଓ଼ ସଂସ୍କୃତିର ଉନ୍ନତି ନିମନ୍ତେ ମଧ୍ୟ ଆଲୋଚନା ହୋଇ ଥିଲା l ବିଲୁପ୍ତପ୍ରାୟ ଲୋକ କଳା, ଲୋକ ବାଦ୍ୟ, ଲୋକ ସଂଗୀତର ପୁନଃ ଉଦ୍ଧାର ସମ୍ପର୍କରେ ମଧ୍ୟ ସିଧାନ୍ତ ହୋଇଏ ଥିଲା l ସଂକୀର୍ତ୍ତନ ମଣ୍ଡଳୀ ଭାଗବତ ଟୁଙ୍ଗୀର ପୁନଃ ଉଦ୍ଧାର ଏବଂ ଉନ୍ନତି କରଣନେଇ ଆଲୋଚନା କରିଥିଲେ ବରିଷ୍ଠ କଳାକାର ତଥା ଦଣ୍ଡନୃତ୍ୟ ଗୁରୁ ପ୍ରକାଶ ସାହୁ, ଦଣ୍ଡନୃତ୍ୟ ଗୁରୁ ପୁରସ୍ତମ ନାୟକ ଏବଂ ସଂକୀର୍ତ୍ତନ ଗୁରୁ ଯୁଧିଷ୍ଠିର ପାତ୍ର, ବରିଷ୍ଠ କଳାକାର ସଚ୍ଚିଦାନନ୍ଦ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ l