ନଦୀରେ ଭାସିଯାଇ ଦୁଇ ଶିଶୁ ମୃତ…….

ଅନୁସନ୍ଧାନ ଭାରତ(ବ୍ୟୁର): ବନ୍ୟାଜଳରେ ଭାସିଯାଇ ଦୁଇ ଶିଶୁ ମୃତ୍ୟୁ l ଏହିଭଳି ଅଭାବନୀୟ ଘଟଣା ଘଟିଛି ବାଲିଗୁଡା ଥାନା ଅନ୍ତର୍ଗତ ଜାର୍ଗୀ ଗାଁ ରେ ଘଟିଛି l

csp

ଗାଧୋଇବାକୁ ଯାଇ ଗୋଡ଼ ଖସିଯିବାରୁ ଦୁଇ ଶିଶୁ ଭାସି ଯାଇଥିଲେ l ମୃତକ ହେଲେ ଛଅ ବର୍ଷର ପୁଅ ଅଲଫାନ ମଳିକ ଓ଼ ଚାରି ବର୍ଷର ଝିଅ ଝରଣା ମଳିକ l ଖବର ପାଇ ଅଗ୍ନିଶମ ବାହିନୀ ଓ଼ ବାଲିଗୁଡା ଥାନା ପୁଲିସ ପହଂଚି ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବାଲିଗୁଡା ଉପ ଖଣ୍ଡ ଡାକ୍ତର ଖାନାକୁ ପଠାଇ ଥିଲା l ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ ହୋଇଛି l ଘଟଣା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି l