ଜଙ୍ଗଲୀ ଭାଲୁ ଆକ୍ରମଣରେ ଗୋଟିଏ ପରିବାରର ଜଣେ ମୃତ୍ୟୁ, ଦୁଇ ଆହତ……

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବାଟାଗୁଡା ପଞ୍ଚାୟତର ଟଙ୍ଗମ୍ ଗ୍ରାମରେ ଗତକାଲି ଏକ ଅଭାବନୀୟ ଘଟଣା ଘଟିଛି l ଜଙ୍ଗଲୀ ଭାଲୁ ଆକ୍ରମଣରେ ଗୋଟିଏ ପରିବାରର ଜଣକର ମୃତ୍ୟୁ ଘଟି ଥିବାବେଳେ ବାପା ଝିଅ ଗୁରୁତର ହୋଇଛନ୍ତି l ଜଙ୍ଗଲୀ ଭାଲୁ ଗୋଟିଏ ପରିବାରର ତିନି ଜଣଙ୍କୁ ଆକ୍ରମଣ କରି ଥିଲା l ଭାଲୁ ଆକ୍ରମଣରେ ବାତୁଲି ମଲିକ (୪୦)ଙ୍କ ମୃତ୍ୟୁ ଘଟି ଥିବା ସୁଚନା ମିଳିଛି l ମୃତକ ମହିଳାଙ୍କ ସ୍ବାମୀ ବାଞ୍ଛା ମଲିକ (5୫୯)ଓ ଝିଅ ସୁନେଲି ମଳିକ (୨୦)ଙ୍କୁ ଗୁରୁତର ଆହତ ଅବସ୍ଥାରେ ଗ୍ରାମବାସୀ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି l