ଲଗାଣ ବର୍ଷାରେ ଭାଙ୍ଗିଲା ଘର, ସରକାରୀ ସହାୟତା ଅପେକ୍ଷାରେ ଅଂଚଳ ବାସୀ…..

ଅନୁସନ୍ଧାନ ଭାରତ(ବ୍ୟୁର): ଦାରିଙ୍ଗବାଡ଼ି ବ୍ଲକ କାଟିଙ୍ଗିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖାରିଗୁଡା ଗ୍ରାମର ଦିବାକର ବଳିୟାରସିଂଙ୍କ ଘର କାନ୍ଥ ୨୦ ତାରିଖ ଲଗାଣ ବର୍ଷାରେ ସନ୍ଧ୍ୟା ୬ଟା ସମୟରେ ଭୁଶୁଡି ପଡିଥିବା ଖବର ହସ୍ତଗତ ହୋଇଛି l ସନ୍ଧ୍ୟା ସମୟରେ ଭୁଶୁଡି ଗଲା ରାତ୍ର ଶୋଇଥିବା ବେଳେ ଭୁଶୁଡି ଥିଲେ ଆମେ ୫କୁଟୁମ୍ବ ମରିଥାନ୍ତୁ ବୋଲି ଦିବାକର କହିଛନ୍ତି l ଆଜି ଦିବାକର ବ୍ରାହ୍ମଣୀଗାଁ ଆସି ଲିଖିତ ଭାବେ କାଟିଙ୍ଗିଆ ରାଜସ୍ୱ ଅଧିକାରୀଙ୍କୁ ଜଣାଇଥିବା କହିଛନ୍ତି l ପ୍ରକାଶ ଥାଉକି ଦାରିଙ୍ଗବାଡ଼ି ବ୍ଲକର ବହୁ ଗ୍ରାମ ପଂଚାୟତ ଉପାନ୍ତ ଅଞ୍ଚଳରେ ରହିଛି l ଏମିତି ଅଞ୍ଚଳ ରହିଛି, ନା ଅଛି ଫୋନର ସୁବିଧା ନା ରହିଛି ଗାଡିଘୋଡାର ସୁବିଧା l ଉପାନ୍ତ ଅଞ୍ଚଳରେ ଥିବା ଗାଁଲୋକଙ୍କ ଘର ସବୁ ଲଗାଣ ବର୍ଷାରେ ଭାଙ୍ଗି ନାହିଁନଥିବା ଅସୁବିଧାରେ ଚୁଳୁଥିବା ସୂଚନା ମିଳିଛି l ଖବର ନେବାରୁ ଜଣା ପଡିଛି ଯେ ଉପାନ୍ତ ଅଞ୍ଚଳରେ ରହିଥିବା ଗ୍ରାମବାସୀମାନେ ବର୍ଷା ଯୋଗୁଁ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳରେ ପହଞ୍ଚି କ୍ଷୟକ୍ଷତି ସମ୍ପର୍କରେ ଜଣାଇ ପାରି ନଥିବା ବେଳେ ରାଜସ୍ୱ ବିଭାଗ ର କର୍ମଚାରୀମାନେ ମଧ୍ୟ ଲୋକଙ୍କ ଘରଭଙ୍ଗାର ଆକଳନ କରିବା ପାଇଁ ଗାଁ ଗୁଡିକରେ ପହଞ୍ଚି ପାରି ନଥିବା ଜଣାପଡିଛି l ଏହି ଦୁର୍ଦିନ ସମୟରେ ଅତି ଶୀଘ୍ର ଗାଁ ଗାଁରେ ରାଜସ୍ୱ ବିଭାଗର କର୍ମଚାରୀମାନେ ପହଁଞ୍ଚି ଲୋକଙ୍କ କ୍ଷୟକ୍ଷତି ଆକଳନ କରି ସର୍ଵ ନିମ୍ନ ସହାୟତ ଯୋଗାଇ ଦେବାକୁ କାଟିଙ୍ଗିଆ ସରପଞ୍ଚ ଶ୍ରୀମତୀ ସୁଭଦ୍ରା ପଡ୍ରା ଦାବୀ କରିଛନ୍ତି l