ଅନୁସନ୍ଧାନ ଭାରତ(ବ୍ୟୁର): ଦିନକୁ ଦିନ ଖାଉଟି ସାମଗ୍ରୀ ସମେତ ବିଭିନ୍ନ ଆତ୍ୟାବଶ୍ୟକୀୟ ଜିନିଷର ଦରଦାମ ହୁ ହୁ ହୋଇ ବଢ଼ି ଚାଲିଛି l ଏହାକୁ ପ୍ରତିବାଦ କରି ଦାରିଙ୍ଗବାଡ଼ି ବଜାରରେ ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି l ଜିଲ୍ଲା ମହିଳା ସଭାନେତ୍ରୀ ରୁଦା ମଳିକଙ୍କ ନେତୃତ୍ୱରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା l ଦିନକୁ ଦିନ ସମସ୍ତ ଦ୍ରବ୍ୟର ଅହେତୁକ ଦରଦାମ ବୃଦ୍ଧି ହେଉଥିବାରୁ ଏହି ଦରବୃଦ୍ଧି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଦାୟୀ ବୋଲି କଂଗ୍ରେସର ବକ୍ତାମାନେ କହିଥିଲା l ଦରଦାମ ବୃଦ୍ଧି ହେବା ଫଳରେ ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ସାଧାରଣ ଗରୀବ ଶ୍ରେଣୀର ଲୋକ ଶୋଷଣର ଶିକାର ହେବା ସାଥେ ସାଥେ ଆର୍ଥିକ ଅନାଟନ ଦେଇ ଗତି କରୁଛନ୍ତି ବୋଲି କହିବା ସହ କଂଗ୍ରେସର ଶାସନ ସମୟରେ କଣ ସବୁ ଜନହିତକର ଯୋଜନା ହୋଇଥିଲା ସେନେଇ ଲୋକଙ୍କୁ ଜଣେଇଥିଲେ l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଅନାମ ଚରଣ ନାୟକ, ଅମୀର ଚାନ୍ଦ ନାୟକ, ବିଳାସିନି ନାୟକ, ରାମଦେଓ ପ୍ରଧାନ, ତିଆଡି ନାୟକ, ନମିତା ପରିଡା, ଜ୍ୟୋତି ନାୟକ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ l