ଗଜପତି ଜିଲ୍ଲାର ବିଭନ୍ନ ସ୍ଥାନରେ ଅବକାରୀ ଚଢାଉ, ୩ ଆସାମୀ ଗିରଫ, ୨ଟି ବାଇକ୍ ଓ ୩୦ କେଜି ଗଞ୍ଜେଇ ଜବତ……..

ଅନୁସନ୍ଧାନ ଭାରତ(ବ୍ୟୁର): ଗଜପତି ଜିଲ୍ଲାର ଉପଲଡ଼ା ଓ ଅଡାସିଂ ଗ୍ରାମାଞ୍ଚଳରେ ଅବକାରୀ ପୁଲିସ ଦ୍ବାରା ଚଢାଉ କରାଯାଇ ଏଥିରେ ୩ ଜଣ ଆସାମୀଙ୍କୁ ଗିରଫ କରାଯିବା ସହ ୨ ଟି ମୋଟର ସାଇକଲ ଓ ୩୦ କେଜି ଗଞ୍ଜେଇ ଜବତ କରାଯାଇଛି l ଅବକାରୀ କମିଶନର ଶ୍ରୀ ଆଶିଷ କୁମାର ସିଂହଙ୍କ ନିର୍ଦ୍ଦେଶ କ୍ରମେ ଏବଂ ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡାଙ୍କ ଆଦେଶ ଅନୁଯାୟୀ ଗଜପତି ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଭାତ କୁମାର ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଅବକାରୀ ଚଢାଉ କରା ଯାଇଥିଲା l ଗଜପତି ଜିଲ୍ଲା ଅବକାରୀ ନିରୀକ୍ଷକଙ୍କ ୨ ଟି ଟିମ, ପୃଥକ ପୃଥକ ଭାବେ ଦୁଇଟି ସ୍ଥାନ ଅଡାସିଂ ଓ ଉପଲଡ଼ା ଜାତୀୟ ରାଜପଥରେ ପୂର୍ବ ଯୋଜନା ଅନୁଯାୟୀ ଏହି ଅବକାରୀ ଧରପଗଡ଼ କାର୍ଯ୍ୟ କରା ଯାଇଥିଲା l ଏହି ଧରପଗଡ କାର୍ଯ୍ୟ ତ୍ୱରାନିତ ସ୍ୱରୂପ ଉପରୋକ୍ତ ୨ଟି ଟିମ ଉକ୍ତ ଦୁଇ ଗୋଟି ସ୍ଥାନରୁ ୨ ଗୋଟି ମୋଟର ସାଇକେଲ ଓ ୩୦ କିଲୋଗ୍ରାମ ଗଞ୍ଜେଇ ଜବତ କରିବା ସହ ଏଥିରେ ସଂପୃକ୍ତ ଥିବା ୩ ଜଣ ଆସାମୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛନ୍ତି l ଉକ୍ତ ୩ ଜଣ ଆସାମୀ ହେଲେ ଜହତ ରଇତ( ୪୨), ରାଜୀବ ରଇତ(୨୦) ଓ ସାଲେମ ରଇତ(୨୪) l ଗିରଫ ସମସ୍ତ ଆସାମୀ ଗଜପତି ଜିଲ୍ଲା ଆର ଉଦୟଗିରି ଥାନା ଅଞ୍ଚଳର ହୋଇ ଥିବା ପୁଲିସ ପକ୍ଷରୁ ସୁଚନା l ଆସାମୀଙ୍କ ବିରୋଧରେ ଏନଡିପିଏସ ଧାରାରେ ମାମଲା ରୁଜୁ କରାଯାଇଛି ଏବଂ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଏକ ଲକ୍ଷ ପଚାଶ ହଜାର ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି l ଏହି ଚଢାଉର ପ୍ରମୁଖ ଥିଲେ ଗଜପତି ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଭାତ କୁମାର ସେଠୀ ଏବଂ ତାଙ୍କୁ ଏଥିରେ ସହଯୋଗ କରିଥିଲେ ପାରଳାଖେମୁଣ୍ଡି ଅବକାରୀ ନିରୀକ୍ଷକ ଶ୍ରୀ ପ୍ରକାଶ କୁମାର ସାହୁ ଏବଂ ଜିଲ୍ଲା ଭ୍ରାମ୍ୟମାଣ ସଂସ୍ଥାର ଅବକାରୀ ନିରୀକ୍ଷକ ନବସ୍ମିତା ନାୟକ ଏବଂ ତାଙ୍କ ସହଯୋଗୀ ଓ ସଦର ରେଞ୍ଜ ଗଜପତି କର୍ମଚାରୀ l ଆଗକୁ ଆମର ଏହି ଚଡାଉ ଜାରି ରହିବ ଏବଂ ଗଜପତି ଜିଲ୍ଲାକୁ ସମ୍ପୂର୍ଣ୍ଣ ଗଞ୍ଜେଇ ମୁକ୍ତ କରିବାର ଏହି ଅଭିନବ ପ୍ରୟାସକୁ ସାକାର କରିବା ପାଇଁ ମୋର ସମସ୍ତ ମିଡ଼ିଆ ଭାଇ ଏବଂ ଗଜପତି ଜିଲ୍ଲାର ମା ଓ ଭଉଣୀମାନଙ୍କୁ ମୋର ବିନୀତ ଅନୁରୋଧ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି l