ନାରାୟଣପୁରଠାରେ ଆରଆଇ କାର୍ଯ୍ୟାଳୟ ସ୍ଥାପନ ଦାବୀରେ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ……..

ଅନୁସନ୍ଧାନ ଭାରତ(ବ୍ୟୁର): ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ନାରାୟଣପୁର ଠାରେ ଆରଆଇ ଅଫିସ ସ୍ଥାପନ କରିବା ଦାବୀ ନେଇ ଏକ ବିଶାଳ ରାଲୀ ଅନୁଷ୍ଠିତ ହୋଇଯାଇଛି l ରାୟଗଡ଼ ବ୍ଲକର ନାରାୟଣପୁର ଓ ଏସ୍.କରଡ଼ାସିଙ୍ଗି ପଞ୍ଚାୟତର ଅଞ୍ଚଳବାସୀଙ୍କ ସ୍ବାର୍ଥ ଦୃଷ୍ଟିରୁ ନାରାୟଣପୁର ଠାରେ ଆରଆଇ ଅଫିସ କରିବା ଦାବୀରେ ଆଜି ଲାଞ୍ଜିପଦର୍ ଛକ ଠାରୁ ଦୁଇ ପଞ୍ଚାୟତର ପ୍ରାୟ ୧୦୦୦ରୁ ଉର୍ଦ୍ଧ ଅଞ୍ଚଳ ବାସୀ ଏକତ୍ରିତ ହୋଇ ଏକ ବିଶାଳ ରାଲୀରେ ବାହାରି ନାରାୟଣପୁର ଠାରେ ଆରଆଇ କାର୍ଯ୍ୟାଳୟ କରିବା ଦାବୀ ନେଇ ବିଭିନ୍ନ ସ୍ଲୋଗାନ ଦେଇ ରାୟଗଡ ତହସିଲଦାର ଅଫିସରେ ପହଞ୍ଚି ଥିଲେ l ତହସିଲ କାର୍ଯ୍ୟାଳୟ ଠାରେ ଉପସ୍ଥିତ ଥିବା ଗଜପତି ଉପ-ଜିଲ୍ଲାପାଳ ଶ୍ରୀ ଆଲୋକ କୁମାର ପ୍ରଧାନଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ l ଦାବୀପତ୍ର ଗ୍ରହଣ ସମୟରେ ରାୟଗଡ ତହସିଲଦାର ଲୀଳାବତୀ ଆଚାର୍ଯ୍ୟ ଉପସ୍ଥିତ ଥିଲେ l ପ୍ରକାଶ ଥାଉ କି, ଉକ୍ତ ଦୁଇ ପଞ୍ଚାୟତ ରାୟଗଡ଼ ଆରଆଇ ସର୍କଲ ଅଧିନରେ ରହିଥିଲା l ଏହାକୁ ବର୍ତ୍ତମାନ ଗଣ୍ଡାହାତି ଆରଆଇ ଅଧିନକୁ ସ୍ଥାନାନ୍ତର କରାଯାଇଛି l ଗଣ୍ଡାହାତି ଆରଆଇ ଅଧିନରେ ଉକ୍ତ ଦୁଇ ପଞ୍ଚାୟତ ରହିଲେ ସେଠାରେ ନେଟୱର୍କ ଓ ବିଭିନ୍ନ ଅସୁବିଧା ସହ ଗମନାଗମନର ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିବା ଅଂଚଳ ବାସୀ ପ୍ରତିକ୍ରିୟାରେ କହିଛନ୍ତି l ତେଣୁ ଉକ୍ତ ଦୁଇ ପଞ୍ଚାୟତର ଅଞ୍ଚଳବାସୀଙ୍କ ସୁବିଧା ଦୃଷ୍ଟିରୁ ନାରାୟଣପୁର ଠାରେ ଆରଆଇ ଅଫିସ ସ୍ଥାପନ ହେଲେ ସଂପୃକ୍ତ ଦୁଇ ପାଞ୍ଚାୟତବାସୀଙ୍କୁ ବିଶେଷ ସୁବିଧା ହେବା ସହ ବହୁ କ୍ଷେତ୍ରରେ ଉପକୃତ ହେବେ l ତେଣୁ କରି ଗଣ୍ଡାହାତି ପରିବର୍ତ୍ତେ ନାରାୟଣପୁର ଠାରେ ଆରଆଇ ଅଫିସ କରିବା ଦାବୀ ନେଇ ଆଜି ଉଭୟ ଏସ.କରଡ଼ା ସିଂହ ଓ ନାରାୟଣପୁର ପଞ୍ଚାୟତ ବାସୀଙ୍କ ପକ୍ଷରୁ ଏହି ବିରାଟ ରାଲି ହୋଇଥିଲା l ଉପ-ଜିଲ୍ଲାପାଳ ଶ୍ରୀ ପ୍ରଧାନ ଏନେଇ ଦାବୀପତ୍ର ଗ୍ରହଣ କରିବା ପରେ, ସଙ୍ଗେ ସଙ୍ଗେ ନାରାୟଣପୁର ସ୍ଥିତ ରେଭିନ୍ୟୁ ବଙ୍ଗଳା ଠାରେ ସପ୍ତାହକୁ ତିନି ଦିନ ଯଥା ସୋମ, ମଙ୍ଗଳ ଓ ବୁଧବାର ଦିନମାନଙ୍କରେ ଆରଆଇ ଅଫିସ କାର୍ଯ୍ୟ କରିବ ଏବଂ ଅନ୍ୟ ତିନିଦିନ ଗଣ୍ଡାହାତି ଠାରେ ଆରଆଇ ଅଫିସ୍ କାର୍ଯ୍ୟ କରିବ l ସଂପୃକ୍ତ ଆରଆଇ ଓ ଅନ୍ୟ କର୍ମଚାରୀମାନେ ଉପର ନିର୍ଦ୍ଧାରିତ ଦିନମାନଙ୍କରେ ନାରାୟଣପୁର ସ୍ଥିତ ରେଭିନ୍ୟୁ ବଙ୍ଗଳାକୁ ଆସି ନାରାୟଣପୁର ଓ ଏସ୍.କରଡ଼ାସିଙ୍ଗ ପଞ୍ଚାୟତର ଅଞ୍ଚଳବାସୀଙ୍କ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେବା ସହ ଏ ସମ୍ପର୍କିତ ଏକ ଆଦେଶନାମା ଚିଠି ଗଣ୍ଡାହାତି ଆରଆଇଙ୍କୁ ଦିଆଯାଇଛି l ଏହି ନିର୍ଦ୍ଦେଶ ଦେବା ପରେ ଉଭୟ ନାରାୟଣପୁର ଓ ଏସ କରଡ଼ାସିଂ ବାସୀ ବିଶେଷ ଆନନ୍ଦ ହେବା ସହ ଗଜପତି ଜିଲ୍ଲା ପ୍ରଶାସନକୁ କୃତଜ୍ଞତା ଓ ସାଧୁବାଦ ଜଣାଇଛନ୍ତି l ଉକ୍ତ ରାଲୀରେ ନାରାୟଣପୁର ଓ ଏସ୍.କରଡ଼ାସିଙ୍ଗ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟଙ୍କ ସମେତ ପୁର୍ବତନ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ପ୍ରଦୀପ ବିଷୋୟୀ , ଶ୍ରୀ ବୁଢ଼ା ମହାନ୍ତି , ଶ୍ରୀ ଜଗନ୍ନାଥ ଖାଡେଙ୍ଗାଲୁ , ଶ୍ରୀ ବାଲୁ ପଟ୍ଟନାୟକ, ଶ୍ରୀ ଶ୍ୟାମ ଭାଇ ପ୍ରମୁଖ ଉପସ୍ଥିତ ଥିଲେ l