ପ୍ରଧାନ ଶିକ୍ଷକଙ୍କ ଦ୍ବାରା ନିମ୍ନମାନର କାର୍ଯ୍ୟ ହୋଇ ଥିବା ଅଭିଯୋଗ ପରେ ସ୍ଥିତି ଅନୁଧ୍ୟାନ କଲେ ଫୁଲବାଣୀ ବିଧାୟକ…..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ପାହିରାଜୁ ଗ୍ରାମ ପଂଚାୟତ ପରିସରରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମରାମତି କାର୍ଯ୍ୟ ନିମ୍ନମାନର ହୋଇଥିବା ଅଭିଯୋଗ ଆଣିଛନ୍ତି ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ l ସ୍କୁଲରେ ଅନେକ ସ୍ଥାନ ରେ ନିମ୍ନ ମାନର କାର୍ଯ୍ୟ ହୋଇଥିବା ବେଳେ ଅନ୍ୟ ଏକ ବାରଣ୍ଡାର ଛାତ ମଧ୍ୟ ଭୁଶୁଡି ପଡିଥିବାର ଦେଖିବାକୁ ମିଳିଛି l ଏହି ଘଟଣାକୁ ଆଧାର କରି ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ସ୍କୁଲରେ ହୋଇଥିବା କାର୍ଯ୍ୟର ତଦାରଖ କରିବା ନିମନ୍ତେ ପାହିରାଜୂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପହଂଚିଥିଲେ ଓ ସ୍କୁଲର ଚାରିଆଡେ ବୁଲି ନିରୀକ୍ଷଣ କରିଥିଲେ l