ରାୟଗଡା ବିଜେଡି ଦଳର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ରାୟଗଡା ବ୍ଲକର ବିଭିନ୍ନ ଗ୍ରାମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜନ କରିଥିଲା l ଆଜି ରାୟଗଡା ବ୍ଲକର ତିନୋଟି ଗ୍ରାମ ପଞ୍ଚାୟତର ଶେଷ ଖାଲ ଓ କେରେଡା, ଯେମାଦେଇ ପେଣ୍ଠ ଗ୍ରାମରେ ପୂର୍ବତନ ରାଜ୍ୟ ସଭା ସଦସ୍ୟ ଶ୍ରଯୁକ୍ତ ଏନ ଭାସ୍କର ରାଓ, ପୂର୍ବତନ ବିଧାୟକ ଓ ମନ୍ତ୍ରି ଶ୍ରୀ ଲାଲ ବିହାରୀ ହିମରିକା ଓ ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀମତୀ ସୁଜାତା ପୁଆଲାଙ୍କ ତତ୍ବାବଧାନରେ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ l ବହୁ ସଂଖ୍ୟାରେ ଯୁବ ବିଜେଡି ନେତା ଓ ବିଜେଡ଼ି ନେତା, ମହିଳା ନେତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି, ବୃକ୍ଷ ରୋପଣ କରି ଥିଲେ l ଏହି ସମୟରେ ସାମୁହିକ ଭାବରେ ଶହ ଶହ ଵୃକ୍ଷ ରୋପଣ କରାଯାଇଛି l