ସବ୍ ଜୁନିୟର ଟେନିସ୍ ବଲ୍ କ୍ରିକେଟ୍ ଚାମ୍ପିଅନସିପ: ଓଡ଼ିଶା ତୃତୀୟ ସ୍ଥାନ ସହ ବ୍ରୋଞ୍ଜ ପଦକ ହାସଲ, ଓଡ଼ିଶା ଟେନିସବଲ୍ କ୍ରିକେଟ୍ ଦଳକୁ ସମ୍ବର୍ଦ୍ଧନା….

ଅନୁସନ୍ଧାନ ଭାରତ(ବ୍ୟୁର): ଚେନ୍ନାଇ ଠାରେ ଅନୁଷ୍ଠିତ ହୋଇଥିବା ୨୭ ତମ ଜାତୀୟ ସବ୍ ଜୁନିୟର ଟେନିସ୍ ବଲ୍ କ୍ରିକେଟ୍ ଚାମ୍ପିଅନସିପ୍ ରେ ଓଡ଼ିଶା ତୃତୀୟ ସ୍ଥାନ ସହିତ ବ୍ରୋଞ୍ଜ ପଦକ ହାସଲ କରିଛି l ଓଡ଼ିଆ ଦଳ ଆଜି ପ୍ରତ୍ୟାବର୍ତ୍ତନ କରିଛି l ବ୍ରୋଞ୍ଜ ପଦକ ଵିଜୟୀ ଓଡିଶା ଦଳରେ ସାମିଲ ଖେଳାଳି ଓ ମ୍ୟାନେଜେର, ସମୀର କାନ୍ତ ମହାପାତ୍ରଙ୍କୁ ଭୁବନେଶ୍ବର ଷ୍ଟେସନରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି l ଓଡ଼ିଶାର ଜଣାଶୁଣା ସଂଗଠନ ଉଇ ଫର ଭୁବନେଶ୍ବର ସମସ୍ତ କର୍ମକର୍ତ୍ତା, ଓଡ଼ିଶା ଟେନିସ୍ ବଲ୍ କ୍ରିକେଟ୍ ସଂଘର ସଭାପତି ସୁରଜ କୁମାର ମିଶ୍ର ସମ୍ପାଦକ ଶିଥୁଲ କୁମାର ପଣ୍ଡା, କୋଷାଧ୍ୟକ୍ଷ ଅଶୋକ ଦାଶ, ଯୁଗ୍ମସମ୍ପାଦକ ସୋମନାଥ ପରିଡ଼ା, ସଞ୍ଜୟ ବିଶୋୟୀ ଓଡିଶା ଦଳର ମୁଖ୍ୟ କୋଚ୍ ଚକ୍ରଧର ମାଝୀଙ୍କ ସମେତ ବହୁ କ୍ରୀଡ଼ାପ୍ରେମୀ ଓ ବ୍ୟକ୍ତି ବିଶେଷ ଦଳର ସଦସ୍ୟମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ l