ଅନୁସନ୍ଧାନ ଭାରତ(ବ୍ୟୁର): ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ସଭା ଗୃହରେ ସାହିତ୍ୟ ଏକାଡେମୀ ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତlଙ୍କ ଅଧ୍ୟକ୍ଷତାରେ ପଦ୍ମଶ୍ରୀ ଡ.ସତ୍ୟନାରାୟଣ ରାଜଗୁରୁଙ୍କ ୧୨୦ତମ ଜୟନ୍ତୀଛୋବ ଆଡମ୍ୱର ସହକାରେ ପାଳିତ ହୋଇ ସାରିଛି l ମୁଖ୍ୟ ଅତିଥି ଭାବେ ସଂଗ୍ରାମଶେଖର ପଣ୍ଡା ଅତିରିକ୍ତ ଜିଲ୍ଲାପାଳ ଗଜପତ, ମୁଖ୍ୟବକ୍ତା ପୂର୍ଣ୍ଣଚନ୍ଦ୍ର ମହାପାତ୍ର,ସମ୍ମାନୀତ ବକ୍ତା, ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ମୁଖ୍ୟବକ୍ତା ଡ.କଲ୍ୟାଣୀ ମିଶ୍ର, ସଂସ୍କୃତି ଅଧିକାରୀ ଅର୍ଚ୍ଚନା ମଙ୍ଗରାଜ, ମଞ୍ଚାସୀନ ରହି ଐତିହାସିକ ଡଃ.ରାଜଗୁରୁଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋଚନା କରିଥିଲେ l ଏ ମାଟି ପାଇଁ ଆଉ ଏକ ସତ୍ୟନାରାୟଣ ରାଜଗୁରୁଙ୍କ ଆବଶ୍ୟକତା ଜରୁରୀ ରହୁଚି ବୋଲି ବକ୍ତାମାନେ କହିଥିଲେ l ଡ. ପ୍ରଦୀପ ମିଶ୍ର(ଉମରକୋଟ)ଙ୍କୁ ସଂବର୍ଥନା ଏବଂ ବିଭିନ୍ନ ପ୍ରତିଯୋଗିତାର ବିଜୟୀ ଛାତ୍ରଛାତ୍ରୀଙ୍କୁ ପ୍ରମାଣ ପତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା l ପ୍ରାରମ୍ଭିକ ସଙ୍ଗୀତ ଭକ୍ତି ସଙ୍ଗୀତ ସଂସଦର ଶିଳ୍ପୀମାନେ ଗାନ କରିଥିଲେ l ଶେଷରେ ତ୍ରିପତି ପ୍ରସାଦ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ l