ମାନବିକତା ଦେଖାଇଲା କନ୍ଧମାଳ ଜିଲ୍ଲା ଗୃହରକ୍ଷୀ ସଂଘ….

ଅନୁସନ୍ଧାନ ଭାରତ(ବ୍ୟୁର) : କନ୍ଧମାଳ ଜିଲ୍ଲାର ଫୁଲବାଣୀ ସହରରେ କାର୍ଯ୍ୟରତ ଜଣେ ଗୃହରକ୍ଷୀ ଲଳିତ କୁମାର ବଗର୍ତି ବୟସ ଅସୁସ୍ଥ ଥିଲେ l କିଛି ଦିନ ହେବ ଫୁଲବାଣୀ ହସ୍ପିଟାଲରେ ସେ ଚିକିତ୍ସା ହେଉଥିଲେ l ଅବସ୍ଥା ଗୁରୁତ୍ୱ ହେବାରୁ ଡାକ୍ତର ତାଙ୍କୁ ବ୍ରହ୍ମପୁର ହସ୍ପିଟାଲକୁ ସ୍ଥାନାନ୍ତରିତ କରିଥିଲେ l ସେଠାରେ ଚିକିତ୍ସା ହେଉଥିବା ସମୟରେ ଆଜି ତାଙ୍କର ମୃତ୍ୟୁ ହୋଇଥିଲା l ଲଳିତଙ୍କ ମର ଶରୀରକୁ ପରିବାର ବର୍ଗ ବ୍ରହ୍ମପୁରରୁ ଫୁଲବାଣୀ ଲକ୍ଷ୍ମୀ ମାର୍କେଟର ବସଭାବନକୁ ଆଣିଥିଲେ l ମୃତ୍ୟୁ ଖବର ପାଇ ଜିଲ୍ଲା ଗୃହରକ୍ଷୀ ସଂଘର ସଦସ୍ୟ କନ୍ଧମାଳ ଜିଲ୍ଲା ଗୃହରକ୍ଷୀ ସଂଘର ଆବାହକ ବିରାଜ କୁମାର ପ୍ରଧାନ , କାଯ୍ୟକାରିଣୀ ସଭାପତି ଅକ୍ଷୟ କୁମାର ରାୟ , ସୁଧୀର ବେହେରା, ଭଜମନ ନାୟକ, ସଫ୍ରିନ ଖାନ, ଜୟନ୍ତୀ ଚୌଧୁରୀ, ସରସ୍ବତୀ ନାୟକ, ସୁନିତା ପାତ୍ର ସମେତ ସ୍ଥାନୀୟ ବାସିନ୍ଧା ସୁଦାମ ସାହୁ, ରାଜୀବ ବେହେରା ଲକ୍ଷ୍ମୀ ମାର୍କେଟ ସ୍ଥିତ ବାସଭବନରେ ପହଞ୍ଚି ସମବେଦନା ଜଣାଇବା ସହ ମୃତ ସହକର୍ମୀଙ୍କ ସବ ସତ୍କାର କରିବା ପାଇଁ ନିଷ୍ପତ୍ତି ନେଇଥିଲେ l ସଂଘର ସଦସ୍ୟ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ କରି ନିକଟସ୍ଥ ନାରାୟଣୀ ମନ୍ଦିର ପାଖ ସ୍ମଶାନରେ ହିନ୍ଦୁ ରୀତି ଅନୁଯାୟୀ ଅନ୍ତିମ ସଂସ୍କାର କରିଥିଲେ l ଏଭଳି ମାନବିକତାର ଦିଗଦର୍ଶନ ଦେଇ ଆଜି ସମସ୍ତଙ୍କ ମନ ଜିତିନେଇଛନ୍ତି l କନ୍ଧମାଳର ଜିଲ୍ଲା ଗୃହରକ୍ଷୀ ସଂଘର ଏହି ପଦକ୍ଷେପ ପାଇଁ ସମସ୍ତ ଗୃହରକ୍ଷୀ ବିଭାଗ ସାଧୁବାଦ ଜଣାଇଛନ୍ତି l