ଅନୁସନ୍ଧାନ ଭାରତ(ବ୍ୟୁର) : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକର କରଡ଼ା ଘାଟି ଲଗାଣ ବର୍ଷାରେ କ୍ଷତି ଗ୍ରସ୍ତ ହୋଇଛି l ଘାଟିର ତିନୋଟି ସ୍ଥାନ ରେ ୱାଲ୍ ଧସି ଯିବା ଫଳ ରେ ଟ୍ରକ, ବସ ଯାତାୟତ ବନ୍ଦ ରହିଛି l ଲୋକେ ବିପଦ ପୂର୍ଣ୍ଣ ଭାବେ ବାଇକ୍ ଓ ଅଟୋରେ ଯାତାୟତ କରୁଛନ୍ତି l ଲଗାଣ ବର୍ଷା ଯୋଗୁଁ ଘାଟିର ବିଭିନ୍ନ ସ୍ଥାନ ଧୋଇ ହୋଇ ଯାଇଛି l ଦିନ ପରେ ଦିନ ବିତି ଯାଇଥିଲେ ମଧ୍ୟ କୌଣସି ସ୍ଥାନରେ ମରାମତି କାର୍ଯ୍ୟ ହୋଇପାରିନାହିଁ l ବ୍ଲକ୍ର ଚାରୋଟି ପଂଚାୟତ କରଡ଼ା, ଇନ୍ଦ୍ରଗଡ, ରଣବା, ବଡ଼ବାରବା ପଂଚାୟତ ର ୧୦ ହଜାର ଲୋକେ ଏହି ରାସ୍ତା ଉପରେ ନିର୍ଭର କରୁଛନ୍ତି l ଗଞ୍ଜାମ ଜିଲାର ସୋରଡ଼ା ଅଞ୍ଚଳକୁ ମଧ୍ୟ ଏହି ରାସ୍ତା ସଂଯୋଗ କରୁଛି l ତୁରନ୍ତ ଯୁଦ୍ଧ କାଳୀନ ଭିତ୍ତିରେ ଘାଟି ମରାମତି କାଯ୍ୟ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି l ଅନ୍ୟ ପକ୍ଷରେ ରାଇକିଆ ଠାରୁ କରଡ଼ା ପର୍ଯ୍ୟନ୍ତ ୨୦ କିମି ରାସ୍ତା ଉନ୍ନତିକରଣ ପାଇଁ ୨୦୧୯ ମସିହାରୁ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଥିଲେ ମଧ୍ୟ ରାସ୍ତା ଓ ଘାଟି କାମ ହୋଇ ପାରି ନଥିବାରୁ ଦୁର୍ଦ୍ଦଶା ଭୋଗୁଛନ୍ତି ୧୦ ହଜାରରୁ ଉର୍ଦ୍ଧ ଜନସାଧାରଣ l