ଅନୁସନ୍ଧାନ ଭାରତ(ବ୍ୟୁର) : ଗାଧୋଇବାକୁ ଯାଇଥିବା ବେଳେ ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି l ଏଭଳି ଏକ ଅଭାବନୀୟ ଘଟଣା କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ଅଞ୍ଚଳର ସିଆଙ୍ଗବାଲି ପଞ୍ଚାୟତ ଅନ୍ତର୍ଗତ ରାକାତେଜୁ ଗ୍ରାମରେ ଘଟିଛି l ସୂଚନାନୁଯାୟୀ ଗ୍ରାମର ଅନନ୍ତ ପ୍ରଧାନଙ୍କ ପୁଅ ଅନକ ପ୍ରଧାନ( ୧୮)ଆଜି ସକାଳ ପ୍ରାୟ ୧୦ଟା ସମୟରେ ସାଙ୍ଗମାନଙ୍କ ସହିତ ଗାଁ ନିକଟରେ ଥିବା ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ l ପୋଖରୀରେ ବୁଡ଼ି ଗାଧେଇବା ସମୟରେ ଅଧିକ ପାଣି ଥିବାରୁ ସେ ଆଉ ପାଣିରୁ ବାହାରି ପାରିନଥିଲେ l ସାଙ୍ଗମାନେ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ପାରିନଥିଲେ l ଯାହା ଫଳରେ ଅନକଙ୍କ ପାଣିରେ ବୁଡି ମୃତ୍ୟୁ ଘଟିଥିଲା l ଘଟଣା ସମ୍ପର୍କ ଖବର ପାଇବା ପରେ ଦାରିଙ୍ଗବାଡ଼ି ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଟିକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ କରିବା ପାଇଁ ପଠାଇଥିଲେ l ମୃତ ଯୁବକ ଜଣକ ଫୁଲବାଣୀରେ ଡିପ୍ଲୋମା ଅଧ୍ୟୟନ କରୁଥିବା ଜଣାପଡିଛି l