ଲେକଚର ବୁଲିଆନ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଫାଇନାଲ ମ୍ୟାଚରେ ବାଲିଗୁଡ଼ା ଫୁଟବଲ ଦଳକୁ ହରାଇ ଦୀପକ ଏଫସି କ୍ଲବ ୨-୦ ରେ ବିଜୟୀ…

ଅନୁସନ୍ଧାନ ଭାରତ(ବ୍ୟୁର): ଘୁ.ଉଦୟଗିରି ଅଂଚଳର ଟାଣୁଆ ନେତା ସମସ୍ତଙ୍କର ଅତି ପରିଚିତ ସ୍ବର୍ଗତ ଲେକଚରର ବୁଲିଆନ ମେମୋରିଆଲ ଫୁଟବଲ ଟୋର୍ଣ୍ଣାମେଣ୍ଟରେ ଫାଇନାଲ ମ୍ୟାଚ ଦୀପକ ଫୁଟବଲ କ୍ଲବ ଓ ବାଲିଗୁଡ଼ା ଫୁଟବଲ ଟିମ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି I ଆଜିର ଏହି ମ୍ୟାଚରେ ଦୀପକ ଫୁଟବଲ ଦଳ ୨-୦ ଗୋଲରେ ବିଜୟ ଲାଭ କରିଛି I

csp

ଆଜିର ମ୍ୟାଚରେ ଦୀପକ ଫୁଟବଲ କ୍ଲବ ତରଫରୁ ଜିତେନ୍ଦ୍ର ଦେହୁରୀ ଓ ପି ତରୁଣ କୁମାର ଫରୱାର୍ଡ ଖେଳାଳୀ ଅତିସୁନ୍ଦର ଗୋଲ ଦେଇ ନିଜ ଦଳକୁ ବିଜୟୀ କରିଥିଲେ I ଏହି ମ୍ୟାଚରେ ସ୍ଥାନୀୟ ବିଧାୟକ ଶ୍ରୀ ସାଲୁଗା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା, ଏନଏସି ଅଧ୍ୟକ୍ଷା ଶ୍ରୀମତୀ ଭାନୁପ୍ରଭା ମିଶ୍ର, ସମିତି ଉପାଧ୍ୟକ୍ଷା ଶ୍ରୀମତୀ ସୁଷମା ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟା ଲିଲିମା ପ୍ରଧାନ, ପରିଷଦ ଉପାଧ୍ୟକ୍ଷ ସନ୍ତୋଷ କୁମାର ବାଘ, ପୂର୍ବତନ ଫୁଲବାଣୀ ବିଧାୟକ ଦେବେନ୍ଦ୍ର କହଁର, କାଉନସିଲର ବୁଲିଆନଙ୍କ ଧର୍ମ ପତ୍ନୀ ଅଧ୍ୟାପିକା ସୁଜାତା ବେହେରା, ମାଁ ମାରୀୟା ନାୟକ, ଝିଅ ଏନ. ପ୍ରଶଂସା, ଭଉଣୀ ମାମି ନାୟକ, ଭି ନିମ୍ରୋଦ ନାୟକ, ବିଜେଡି ନଗର ସଭାପତି ଗୋପାଳ କୃଷ୍ଣ ମହାପାତ୍ର, ବ୍ଲକ ସଭାପତି ଲିଙ୍ଗରାଜ କହଁର, ବିଷପ ଡକ୍ଟର ଦିଲୀପ ବଳ, ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ କିଶୋର ଚନ୍ଦ୍ର ନାୟକ, ଏନଏସି ପ୍ରୋଗ୍ରାମ କୋଡ଼ିନେଟର ପ୍ରଭାତ ରଞ୍ଜନ ସାହୁ, ସହପାଠୀ ସନ୍ତେ ପ୍ରଧାନ, ପୂର୍ବତନ ବରିଷ୍ଠ ଖେଳାଳି ତଥା ପୁଲିସ କର୍ମଚାରୀ ଏ.କ୍ରୀଷ୍ଣା ଭାଇ, ପୂର୍ବତନ ପରିଷଦ ଅଧ୍ୟକ୍ଷା ସିଦ୍ଧେଶ୍ଵରୀ ନାୟକ, ଏମଏମସି ନର୍ସିଂ ସ୍କୁଲ ଏମଡି ପ୍ରଦୀପ ମଲିକ, ସରପଞ୍ଚ ମାଲିକା ପଡ଼ି, ଗ୍ରେସୀଙ୍ଗିଆ, ବରିଷ୍ଠ ଖେଳାଳୀ ଶାନ୍ତନୁ ପ୍ରଧାନ, ସମାଜସେବୀ କୁମୁଦିନୀ ଦିଗାଲ, ଏମଡି ଆଲମାସ୍ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ଆଜିର ସଂଘର୍ଷ ପୂର୍ଣ୍ଣ ମ୍ୟାଚରେ ଦୀପକ ଫୁଟବଲ ଦଳର ସର୍ବୋତ୍ତମ ଖେଳାଳି ଭାବେ ଜିତେନ୍ଦ୍ର ଦେହୁରୀ, ବେଷ୍ଟ ଗୋଲକିପର ପୁରସ୍କାର ଡିଏଫସି ଦଳର ଗୋଲକିପର ସୁବ୍ରତ ବାବୁଙ୍କୁ ପୂର୍ବତନ ଗୋଲକିପର ଅଶୋକ କୁମାର ସେଠୀଙ୍କ ତରଫରୁ ପୁରସ୍କୃତ ହୋଇଥିବା ବେଳେ ବାଲିଗୁଡ଼ା ଦଳର ପିଣ୍ଟୁ ବାବୁଙ୍କୁ ମେନ ଅଫ ଦି ମ୍ୟାଚ ଘୋଷିତ ହୋଇଥିଲେ I ଆଜିର ମ୍ୟାଚକୁ ସୁଜିତ ରାଜହଂସ, ଜଗନ୍ନାଥ କହଁର, ବଟଲି କହଁର ପରିଚାଳନା କରିଥିଲେ I ଟୁର୍ଣ୍ଣାମେଂଟର ଫାଇନାଲ ମ୍ୟାଚର ଧାରା ବିବରଣୀ ଏମଡି ଜମିଲ ଓ କିଶୋର ଚନ୍ଦ୍ର ନାୟକ ପ୍ରଦାନ କରିଥିଲେ। ଫାଇନାଲ ମ୍ୟାଚ ଦେଖିବା ପାଇଁ ଶହ ଶହ ଦର୍ଶକ ଉପସ୍ଥିତ ରହିଥିଲେ ଓ ମନୋରଞ୍ଜନ କରିଥିଲେ I ଏହି ମେମୋରିଆଲ ଫୁଟବଲ ଖେଳ ପ୍ରତିଯୋଗିତା ପ୍ରଥମରୁ ଯୁବ ଖେଳାଳି ଦୀପକ କୁମାର ପ୍ରଧାନଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିଲା ଆଲୋକ, ଅଶୋକ, ସିପୁ, ଲକି, ଲୁଲୁ, ଇମ୍ରାନ, କାଳିଆ, କାହ୍ନୁ, ଜିମି, ସାନ ଭାଇଙ୍କ ସହ ସ୍ଥାନୀୟ ଟିମର ସମସ୍ତ ଯୁବ ଖେଳାଳୀ ସହଯୋଗ କରିଥିବା ଦେଖିବାକୁ ମିଳୁଛି I