କଳିଙ୍ଗିଆ ଡିଏଭି ସ୍କୁଲ ନିକଟରେ ଭାରସାମ୍ୟ ହରେଇ ଓଲୋଟିଲା କାର, ୩ ଆହତ…..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବ୍ଲୋକର କଳିଙ୍ଗିଆ ସ୍ଥିତ ଡିଏଭି ସ୍କୁଲ ନିକଟରେ ଭାରସାମ୍ୟ ହରେଇ ଏକ କାର ଦୁର୍ଘଟଣା ଗ୍ରସ୍ତ ହୋଇଛି l ଏହି କାର ବାଲିଗୁଡା ଠାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ହଠାତ୍ ଭାରସାମ୍ୟ ହରାଇ କାର ଉଲଟି ପଡ଼ିଥିଲା l କାର ମଧ୍ୟରେ ଜଣେ ନାବାଳକ ସମେତ ଦୁଇ ମହିଳା ଯାତ୍ରା କରୁଥିବା ସୂଚନା ମିଳିଛି l ସେମାନଙ୍କ ମଧ୍ୟରୁ ସଞ୍ଜିତା ପତି (୪୦), ଆଶାଲତା ପତି (୮୫) ଓ ଜଣେ ୧୩ ବର୍ଷର ବାଳକ ରହିଛନ୍ତି l ଡ୍ରାଇଭର ବିକାଶ ଯାଦବ ବୟସ (୨୨) ସ୍ଵିଫ୍ଟ ଡିଯାଇର କାର (ଓଡ଼ି ୦୨ବିପି ୭୦୭୬) ଧଳା ରଙ୍ଗର କାର ଚଳାଉଥିବା ବେଳେ ଗାଡିର ମାଲିକାନା ପପୁନ ବାଇଥାରୁଙ୍କ ନାମରେ ରହିଥିବା ସୂଚନା ମିଳିଛି l ଯାହାକି ବ୍ୟକ୍ତିଗତ ନାମରେ ଗାଡି ରହିଥିବା ବେଳେ ଭଡ଼ାରେ ବ୍ରହ୍ମପୁର ଯାଉଥିଲେ l ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ସମସ୍ତଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ୧୦୮ ଆମ୍ବୁଲାନ୍ସ ଦ୍ବାରା ଆଣିଥିଲା l ଆହତଙ୍କ ମଧ୍ୟରୁ ଜଣେ ୮୫ ବର୍ଷର ବୃଦ୍ଧ ମହିଳାଙ୍କ ମୁଣ୍ଡରେ ଗଭିର ଆଘାତ ଯୋଗୁଁ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଫୁଲବାଣୀ ମୁଖ୍ୟ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରିଥିବା ସୂଚନା ରହିଛି l ସମସ୍ତ ଆହତ ବାଲିଗୁଡା କୋର୍ଟରେ କାର୍ଯ୍ୟରତ ଜଣେ ସରକାରୀ ଓକିଲଙ୍କ ପରିବାର ସଦସ୍ୟ ବୋଲି ଜଣା ପଡିଛି l