ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଟିକାବାଲି ବ୍ଲକ ଅନ୍ତର୍ଗତ ଟିକାବାଲି ଗ୍ରାମପଞ୍ଚାୟତ ନୁଆସାହି ସ୍ଥିତ ବରପଦା ଗ୍ରାମର ବାସୀନ୍ଧା ସ୍ୱାମୀ ସୁବାଷ କହଁରଙ୍କ ଘର ଲଘୁଚାପ ଲଗାଣ ବର୍ଷା ଯୋଗୁଁ ଭୁଶୁଡି ପଡ଼ିଥିବା ଦେଖିବାକୁ ସୁଚନା ମିଳିଛି l ଟିକାବାଲି ଅଞ୍ଚଳରେ ଅନେକ ଗାଁରେ ଲଗାଣ ବର୍ଷା ଯୋଗୁଁ ଘର ଭୁସୁଡି ଥିବା ସୁଚନା ମିଳିଛି l ହେଲେ ଭଗବାନଙ୍କ ଦୟାରୁ ସୁବାଷଙ୍କ ପରିବାର ସମସ୍ତେ ସୁରକ୍ଷିତ ଥିବା କହିଛନ୍ତି l ଅତି ଗରିବ ମଜୁରିଆ ମୂଲ ଲାଗି ଘର ଚଳୁଥିବା ବେଳେ ଦଇବ ଦାଉ ସାଜିଛି ଲଗାଣ ବର୍ଷା l ଏହି ଖବର ପାଇ ବିଜେଡ଼ି ଛାତ୍ର ନେତା ପ୍ରମିଶ ଦିଗାଲ ତାଙ୍କ ବାସଗୃହ ଯାଇକୁ ଯାଇ ଏକ ପଲଥିନ ଓ ଅନ୍ୟନ୍ୟ ସାମଗ୍ରୀ ପ୍ରଦାନ କରି ସାହାଯ୍ୟର ହାତଵଡ଼ାଇବା ସହ ବିପଦର ବନ୍ଧୁ ହୋଇ ସରକାରଙ୍କର ଯଥା ସମ୍ଭବ ସାହାଯ୍ୟ ଯୋଗାଇ ଦିଆଯିବା ପାଇଁ କହିଥିଲେ l ଏହି ମହାନ କାର୍ଯ୍ୟ ପାଇଁ ପ୍ରମିଶ ଦିଗାଲଙ୍କୁ ସ୍ଥାନୀୟ ଗ୍ରାମବାସୀ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି l