ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲା, ଅଭିଯୁକ୍ତକୁ ୨୦ ବର୍ଷ ଜେଲ ଓ ୨୦ ହଜାର ଟଙ୍କା ଜରିମାନା….

ଅନୁସନ୍ଧାନ ଭାରତ(ବ୍ୟୁର) : ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରା ଜଜ ଏବଂ ସ୍ଵତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ସଞ୍ଜିତ କୁମାର ବେହେରା ଏକ ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ମାମଲାର ବିଚାରଣା କରି ଘଟଣାର ୯ଜଣ ସାକ୍ଷୀ, ଡାକ୍ତରୀ ରିପୋର୍ଟ ଏବଂ ପୀଡ଼ିତାଙ୍କ ବୟାନ ଆଧାରରେ ଅଭିଯୁକ୍ତ ଜିତେନ୍ଦ୍ର କୁମାର ଦିଗାଲ (୪୬)କୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୨୦ ହଜାର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି l ଜରିମାନା ଅନାଦେୟ ଅଭିଯୁକ୍ତକୁ ଆଉ ଅଧିକ ୧ ବର୍ଷ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ବିଚାରପତି ନିଜ ରାୟରେ ପ୍ରକାଶ କରିଛନ୍ତି l ପୀଡ଼ିତାଙ୍କ ପକ୍ଷରୁ ମାମଲାକୁ ସ୍ୱତନ୍ତ୍ର ପୋସ୍କୋ କୋର୍ଟର ପିପି ଅସୀମ ପ୍ରହରାଜ ପରିଚାଳନା କରୁଥିଲେ l ଘଟଣା ଅନୁସାରେ ଅଭିଯୁକ୍ତ ଜିତେନ୍ଦ୍ର କୁମାର ଦିଗାଲ ଗତ ୪/୪/ ୨୦୧୯ ତାରିଖ ଦିନ ନାବାଳିକା ପିଡିତା ଏକାକି ଘରେ ଥିବା ବେଳେ ଜିତେନ୍ଦ୍ର ଘରକୁ ଯାଇ ରୁଟି ଖାଇବାକୁ ଦେଇଥିଲା l ରୁଟି ଖାଇବା ପରେ ମୁଣ୍ଡ କଣ ହେବାରୁ ସେ ଶୋଇ ପଡ଼ିଥିଲା l ଏହାର ସୁଯୋଗରେ ଅଭିଯୁକ୍ତ ଜିତେନ୍ଦ୍ର ପିଡିତାକୁ ନିକଟସ୍ଥ ଗାଁ ମଶାଣିକୁ ନେଇ ଦୁଷ୍କର୍ମ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା l ଘର ଲୋକେ ବହୁତ ଖୋଜା ଖୋଜି ପରେ ମଶାଣି ନିକଟରୁ ପିଡିତାକୁ ଉଦ୍ଧାର କରିଥିଲେ l ଏହା ପରେ ଏନେଇ ପିଡିତାର ଭାଇ ଘୁ.ଉଦୟଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗ ଅନୁସାରେ ପୁଲିସ ଏକ ମାମଲା ୫୨/୨୦୧୯ ପୋସ୍କୋ ଆଇନ ଅନୁସାରେ ରୁଜ୍ଜୁ କରିବା ସହିତ ଅଭିଯୁକ୍ତକୁ ଗିରଫ କରି କୋର୍ଟରେ ହାଜର କରାଇଥିଲା l ସେହି ମାମଲାର ବିଚାରଣ କରି ବିଚାରପତି ଉପୋରୋକ୍ତ ରାୟ ଶୁଣାଇଛନ୍ତି l