କାମ ସରିବାର ତିନିମାସ ନପୂରୁଣୁ କଲଭଟ ଭାଙ୍ଗିବା ଘଟଣା: ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବିଭାଗୀୟ କର୍ତୃପକ୍ଷଙ୍କ ଭାଙ୍ଗିଲା ନିଦ, କଲଭଟର ମରାମତି କାର୍ଯ୍ୟ ଆରମ୍ଭ ହେବା ପରେ ଗଣମାଧ୍ୟମକୁ ଧନ୍ୟାବାଦ ଦେଲେ ଅଞ୍ଚଳବାସି…..
ଅନୁସନ୍ଧାନ ଭାରତ(ବ୍ୟୁର): କାମ ସରିବାର ତିନି ମାସ ନପୂରୁଣୁ ରାସ୍ତା ପାର୍ଶ୍ୱରେ ନିର୍ମାଣ କରାଯାଇଥିବା କଲଭଟ ଭାଙ୍ଗିଯିବା ଘଟଣାକୁ ନେଇ ଖବର ପ୍ରସାରଣ ପରେ ବିଭାଗୀୟ କର୍ତୃପକ୍ଷଙ୍କ ତତ୍ପରତା ଦେଖାଦେଇଛି l ଖବର ପ୍ରକାଶ ପରେ ଯୁଦ୍ଧକାଲିନ ଭାବରେ କଲଭଟକୁ ମରାମତି କରାଯାଇଛି l ତେବେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ତେଲିମୁଣ୍ଡ ଛକ ଠାରୁ କେଳା ପଡ଼ା ପର୍ଯ୍ୟନ୍ତ ଚାଲିଥିବା ରାସ୍ତା ନିର୍ମାଣ ନିମ୍ନମାନର କାମ ହେଉଥିବା ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ଧ୍ୟାନ ଦେଉନଥିଲେ l ଯାହାପାଇଁ ଗଣମାଧ୍ୟମଙ୍କ ମଧ୍ୟରେ ଏକପ୍ରକାର ଅସନ୍ତୋଷ ଦେଖାଦେଇଥିଲା l ସୂଚନା ଅନୁସାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଏହି ରାସ୍ତା ନିର୍ମାଣ କରାଯାଇଥିବା ବେଳେ କାର୍ଯ୍ୟ ଆରମ୍ଭରୁ କରାଯାଇଥିବା କଲ୍ ଭର୍ଟ୍ କାମ ଆରମ୍ଭରୁ ଭାଂଗି ଯାଇଥିବା ଦେଖିବାକୁ ମିଳିଥିଲା l ଅନ୍ୟ ପଟେ ନିର୍ମାଣ ଦାୟିତ୍ୱରେ ଥିବା ଠିକାଦାର ଜାଣିଶୁଣି ବିଭାଗୀୟ ଅଧିକାରୀଙ୍କୁ ହାତ କରି ନିମ୍ନ ମାନର କାର୍ଯ୍ଯ କରି ଚାଲିଥିବା ବେଳେ ବିଭାଗୀୟ ଯନ୍ତ୍ରୀ କାର୍ଯ୍ୟ ତଦାରଖ କରୁନଥିବା ଅଭିଯୋଗ କରିଥିଲେ ଅଞ୍ଚଳବାସି l ବର୍ତ୍ତମାନ ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ଓ ଜନସାଧାରଣଙ୍କ ସୁବିଧା ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ରାସ୍ତା ନିର୍ମାଣ କାର୍ଯ୍ଯ କରି ଚାଲିଥିବା ବେଳେ ବିଭାଗୀୟ ଅଧିକାରୀ ହେଉ କିମ୍ୱା ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଠିକ୍ ଭାବରେ କାର୍ଯ୍ୟ ହୋଇପାରୁ ନଥିବା ବେଳେ ମୋଟା ଅଙ୍କର ପିସି କାରବାର ହେଉଥିବା ଅଂଚଳବାସୀ ଅଭିଯୋଗ କରୁଥିଲ l ଅନ୍ୟ ପଟେ ବିଭାଗୀୟ ଯନ୍ତ୍ରୀଙ୍କୁ ପଚାରିଵାରୁ ଏହି ଘଟଣା ବାବଦରେ ମୁ ଅବଗତ ଅଛି ଓ ଏହି କାର୍ଯ୍ୟ କରାଯିବ ବୋଲି କହିଛନ୍ତି l ଅନ୍ୟ ପଟେ ନିମ୍ନମାନର କାମ ହେଉଥିବାରୁ ଅଞ୍ଚଳରେ ଅସନ୍ତୋଷ ଦେଖାଯିବା ସହ ଏହା ଉପରେ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଅଞ୍ଚଳବାସି ଚେତାବନୀ ମଧ୍ୟ ଦେଇଥିଲେ l ତେବେ ଖବର ପ୍ରସାରଣ ହେବାର ଦୁଇଦିନ ପରେ ଏହି ଭଙ୍ଗା କଲଭଟ ଟିର ମରାମତି କାର୍ଯ୍ୟ ଆରମ୍ଭ କରାଯାଇଛି l ଫିରିଙ୍ଗିଆ ଦାୟିତ୍ୱରେ ଥିବା ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଗଣେଶ କୁମାର ନାୟକଙ୍କ ଉପସ୍ଥିତିରେ ସମ୍ପୃକ୍ତ ଠିକାଦାର ଏହି କଲଭଟ ର ମରାମତି କାର୍ଯ୍ୟ କରିଥିବା ବେଳେ ଆଗାମୀ ଦିନରେ ଏହି ନିର୍ମାଣଧୀନ ରାସ୍ତା କାମ ମଧ୍ୟ ଠିକ ଭାବରେ ହେବ ବୋଲି ବିଭାଗୀୟ ଯନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି l ତେବେ ଖବର ପ୍ରସାରଣ ପରେ କାମ ଠିକଠାକ ଚାଲିଥିବାରୁ ସମସ୍ତ ଗଣମାଧ୍ୟ୍ୟମକୁ ଅଂଚଳବାସୀ କୃତଜ୍ଞତା ଜ୍ଞାପନ କରିଛନ୍ତି l