ଆଦିବାସୀ ସଙ୍ଘର୍ଷ ମୋର୍ଚା ପକ୍ଷରୁ ବିଶ୍ଵ ଆଦିବାସୀ ଦିବସ ପାଳିତ……….

ଅନୁସନ୍ଧାନ ଭାରତ(ବ୍ୟୁର): ବିଶ୍ଵ ଆଦିବାସୀ ଦିବସ ଅବସରରେ ଆଜି ରାୟଗଡା ଜିଲା ଗୁଣପୁର ଠାରେ ଆଦିବାସୀ ସଙ୍ଘର୍ଷ ମୋର୍ଚା ପକ୍ଷରୁ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଏହି ଶୋଭାଯାତ୍ରାରେ ବହୁ ଆଦିବାସୀ ସମ୍ପ୍ରଦାୟର ଲୋକ ନିଜ ପାରମ୍ପରିକ ବେଶରେ ସ୍ଥାନୀୟ ନୂଆ ବସଷ୍ଟାଣ୍ଡ ଠାରୁ ବାହାରି ଗୁଣପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ନିକଟରେ ପହଞ୍ଚି ଥିଲେ l ସେଠାରେ ବିଭିନ୍ନ ଦାବୀ ନେଇ ପ୍ରତିବାଦ ସଭା କରିଥିଲେ l ଆଜିର ଦିନକୁ ଛୁଟି ଘୋଷଣା କରିବା, ଆନ୍ତ ରାଷ୍ଟ୍ରୀୟ ସ୍ତରରେ ବିଶ୍ଵ ଆଦିବାସୀ ଦିବସ ପାଳନ କରିବା ଭଳି ୧୬ ଦଫା ଦାବି ସମ୍ପର୍କିତ ଏକ ସ୍ମାରକ ପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ଯରେ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା l ଉପଜିଲ୍ଲାପାଳ କାଯ୍ୟାଳୟରୁ ବାହାରି ଗୁଣପୁର ତହସିଲଦାର ମଧ୍ୟ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ l