ଅନୁସନ୍ଧାନ ଭାରତ(ବ୍ୟୁର): ଏକ ମ୍ୟାକ୍ସ ପିକ୍ଅପରେ ବେଆଇନ ଭାବେ ଗୋ’ ଚାଲାଣ ବେଳେ ରାୟଗଡ଼ା ଜିଲ୍ଲା ଗୁଣପୁର ପୁଲିସ ପିକ୍ଅପକୁ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି ଗୁଣୁପୁର ପୁଲିସ l ଗାଡ଼ିରୁ ୧୧ ଗାଈଙ୍କୁ ଉଦ୍ଧାର କରାଯାଇ ଥିବା ପୁଲିସ ପକ୍ଷରୁ ସୁଚନା ମିଳିଛି l ଗିରଫ ଅଭିଯୁକ୍ତମାନେ ହେଲେ ଟୁନା କନ୍ଧପାନ, ଦିବାକର ନାଗ୍ ଏବଂ ପଙ୍କଜ ବାଗ୍ l ଘଟଣା ନେଇ ଥାନା ଅଧିକାରୀ ଆଶ୍ରିତା ଖାଲ୍କୋଙ୍କ କହିଛନ୍ତି ଯେ ଲାଡିପଟ୍ଟା ଅଞ୍ଚଳରୁ ହାଡୁଭାଙ୍ଗୀ ଅଞ୍ଚଳକୁ ଏକ ମ୍ୟାକ୍ସ ପିକ୍ଅପ ଯୋଗେ୧୧ ଗାଈ ଓ ବାଛୁରି ଚାଲାଣର ଖବର ମିଳିବା ପରେ ପୁଲିସ ବିକ୍ରମପୁରଠାରେ ଯାଞ୍ଚ କରିଥିଲା l ଅଭିଯୁକ୍ତମାନଙ୍କୁ ପୁଲିସ ଗିରଫ କରି ୧୫୧/୨୨ରେ ମାମଲା ରୁଜୁକରି ୪୧ ଧାରାରେ ଚଲାଣ କାରୀଙ୍କୁ ଛାଡ଼ି ଦେଇଥିବା ଜଣାପଡ଼ିଛି l