ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡିକୁ ଓଡ଼ିଶାର ଭୂସ୍ବର୍ଗ କୁହାଯାଉଥିବା ବେଳେ ପର୍ଯ୍ୟଟନ ସ୍ଥଳୀ ଭାବେ ରାଜ୍ୟରେ ତଥା ରାଜ୍ୟ ବାହାରେ ବେଶ ପରିଚିତ l ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିକୁ ସୁନ୍ଦର, ନିର୍ମଳ, ପ୍ରଦୂଷଣ ମୁକ୍ତ ଓ ସୁସ୍ଥ ପରିବେଶ ସୃଷ୍ଟି କରିବା ପାଇଁ ଦାରିଙ୍ଗବାଡି ବ୍ଲକ ପ୍ରଶାସନ, ତହସିଲ, ଥାନା ଓ ପଞ୍ଚାୟତର ମିଳିତ ସହଯୋଗରେ ସାମୁହିକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l
ଏହି କାର୍ଯ୍ୟକ୍ରମରେ ସମସ୍ତ ବିଭାଗର କର୍ମଚାରୀ ସମେତ ସ୍ବେଚ୍ଛାସେବୀଙ୍କ ଦ୍ବାରା ବ୍ଲକ, ତହସିଲ, ଥାନା, ବଜାର ରାସ୍ତା କଡ଼ ଆଦିରୁ ଅଳିଆ ଆବର୍ଜନା ସଫା କରି ଟ୍ରାକ୍ଟର ଯୋଗେ ଫିଙ୍ଗା ଯାଇଛି l ଏହି ସଫେଇ କରିବା ଦ୍ବାରା ଦାରିଙ୍ଗବାଡିର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ସହ ସର୍ବଦା ପରିବେଶ ସ୍ୱଚ୍ଛ ଓ ନିର୍ମଳ ରଖିବାକୁ ବାର୍ତା ଦେଇଛନ୍ତି l ବିଡ଼ିଓ ଗଦାଧର ପାତ୍ର, ଆଇଆଇସି କୌଶିକ ମାଝୀ, ତହସିଲଦାର ଚାର୍ଲସ ନାୟକ, ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ, ସରପଞ୍ଚ ଚନ୍ଦ୍ରିକା ମଲ୍ଲିକ, ସମିତି ସଭ୍ୟ କାଳୀ ପ୍ରସାଦ ମଲ୍ଲିକଙ୍କ ନେତୃତ୍ୱରେ ବ୍ଲକ ପ୍ରାଙ୍ଗଣ, ଚାରିଛକ ଓ ମେଡ଼ିକାଲ ପରିସର କୁସଫେଇ କରାଯାଇଥିଲା l