କଟକ-ଭୁବନେଶ୍ୱର ରୋମାନ କାଥଲିକ ଡ଼ାଇସେସିଆନ କର୍ପୋରେସନ ପକ୍ଷରୁ ବ୍ରାହ୍ମଣୀଗାଁ ଠାରେ କୃଷି ଭିତ୍ତିକ ତାଲିମ ଶିବିର ଅନୁଷ୍ଠିତ….
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ସ୍ଥିତ ଆରଏମ୍ପି ସଭା ଗୃହରେ ସ୍ଥାନୀୟ ଅଞ୍ଚଳର କୃଷକ ମାନଙ୍କୁ ନେଇ ଜୈବିକ ପଦ୍ଧତିରେ ଉନ୍ନତ ମାନର କୃଷି ଉତ୍ପାଦନ ସହ ଗୃହପାଳିତ ପଶୁ ପାଳନ ଦ୍ୱାରା କିପରି ଲାଭବାନ ହୋଇ ପାରିବେ ସେ ନେଇ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମଟି କଟକ-ଭୁବନେଶ୍ୱର ରୋମାନ କାଥଲିକ ଡ଼ାଇସେସିଆନ କର୍ପୋରେସନ ପକ୍ଷରୁ ଆୟୋଜନ କରାଯାଇଥିବା ବେଳେ ଜୈବିକ ପଦ୍ଧତିରେ ଚାଷ ପ୍ରଣାଳୀ କିପରି କରି ଲାଭବାନ ହୋଇପାରିବେ ସେ ନେଇ ମାଷ୍ଟର ତାଲିମ ଦାତା ଭାବେ ମାରିଆନ ଉଥାନ ସିଂ ଯୋଗ ଦେଇ ତାଲିମ ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ଏଲ ଆଇ ଯାକବ ନାୟକ ଯୋଗ ଦେଇ ଗୃହପାଳିତ ପଶୁ ସଂପଦ ବିଷୟରେ ତାଲିମ ପ୍ରଦାନ କରିଥିଲେ l ଅନୁଷ୍ଠାନର କାର୍ଯ୍ୟକ୍ରମ ଅଧିକାରୀ ଧନଞ୍ଜୟ ସେନାପତିଙ୍କ ଉପସ୍ଥିତିରେ କର୍ମଚାରୀ ପ୍ରଶାନ୍ତ ନାୟକଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଅଞ୍ଚଳର କୃଷକମାନେ ଯୋଗ ଦେଇ ତାଲିମ ଗ୍ରହଣ କରିଥିଲେ l